ଝିଅ ଓ ମହିଳାମାନଙ୍କୁ ଯୌନ ନୀର୍ଯାତନା ଦେଉଛନ୍ତି ନକ୍ସଲ : ଏସପି

ଭୁବନେଶ୍ୱର: ନକ୍ସଲମାନେ ଝିଅ ଓ ମହିଳାମାନଙ୍କୁ ନିର୍ୟାତନା ଦେଉଛନ୍ତି । ନବରଙ୍ଗପୁର ଏସପି ଏସ.ସୁଶ୍ରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଏକ ବଡ଼ ବୟାନ ଦେଇଛନ୍ତି । । ଗତକାଲି ନକ୍ସଲ ଶିବିର ଧ୍ୱଂସ ପରେ ଏସପି ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି । ନକ୍ସଲ ଶିବିରରୁ ବହୁ ଆପତ୍ତିଜନକ ଜିନିଷ ମିଳିଥିବା କହିଛନ୍ତି ଏସପି । ନକ୍ସଲ ଶିବିରରୁ ବିପୁଳ ପରିମାଣର ଗର୍ଭନିରୋଧକ ମିଳିଛି । ଏଥିରୁ ଜଣାପଡୁଛି ନକ୍ସଲମାନେ ଯୌନ ନିର୍ୟାତନା ଦେଉଥିଲେ । ଝିଅଙ୍କୁ ନକ୍ସଲମାନେ ଯୌନ ନୀର୍ୟାତନା ଦେଉଥିବା ଜଣାପଡ଼ୁଛି ବୋଲି କହିଛନ୍ତି ଏସପି ।