ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ବଜାରରେ ଥିବା ଏକ ଗହଣା ଦୋକନାରୁ ବଡ ଧରଣର ଲୁଟ୍ । ଗ୍ରାହକ ରୂପରେ ସୋ ରୁମକୁ ଆସି କର୍ମଚାରୀ ଓ ଗ୍ରାହକଙ୍କୁ ମାଡମାରି ଲୁଟି ନେଲେ ୧୫ କେଜି ସୁନା । ଦିନ ସାଢ଼େ ୧ଟାରୁ ୨ଟା ଭିତରେ ଏହି ଡକାୟତି ହୋଇଛି । ଯୋଜନା ବଦ୍ଧ ଭାବେ ୭ ଜଣ ଡକାୟତ ଗ୍ରାହକ ବେଶରେ ଶୋ ରୁମରେ ପଶିଥିଲେ । ପରେ ସେଠାରେ ଥିବା ଗ୍ରାହକ ଓ କର୍ମଚାରୀଙ୍କୁ ମାଡ଼ ମାରି ଲୁଟ୍ପାଟ୍ କରିଥିଲେ। ୧୨ କର୍ମଚାରୀ ଓ ଗ୍ରାହକଙ୍କୁ ବାଥରୁମରେ ବନ୍ଦ କରିଥିଲେ ।
ସୋ ରୁମ ସୁନାଗହଣା ପୋଛି ନେଇଗଲେ ଡକାୟତ । ଗଲାବେଳେ ବାହାର ପଟୁ ସଟର ପକାଇ ଦେଇଥିଲେ । ତେବେ ଡକାୟତଙ୍କ ମାଡ଼ରେ ଶୋ’ ରୁମ୍ର ଦୁଇଜଣ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି । ତେବେ କେତେ ଟଙ୍କାର ଗହଣା ଲୁଟ୍ ସ୍ପଷ୍ଟ ହୋଇନି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ଅଭିଯୋଗ ହୋଇଛି ୧୫ କେଜି ସୁନା ସହିତ ରୁପା ମଧ୍ୟ ଲୁଟ୍ ହୋଇଛି । ଡକାୟତମାନେ ହିନ୍ଦିରେ କଥା ହେଉଥିବା ବେଳେ ମୁହଁରେ ମାସ୍କ ପିନ୍ଧିଥିଲେ ।