ବିପଦ ସଂକୁଳ ଅବସ୍ଥାରେ ଓଡିଶା ଆଦର୍ଶ ବିଦ୍ୟାଳୟ ରାସ୍ତା

ଆସିକା 30/09: ଆସିକା ବ୍ଲକ ନିମିନା ପଂଚାୟତ ରେ ରାଜ୍ୟ ସରକାର ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଗତ ମେ ମାସ 25 ତାରିଖ 2018 ରେ ପ୍ରତିଷ୍ଠା ହୋଇଥିଲା ଓଡିଶା ଆଦର୍ଶ ବିଦ୍ୟାଳୟ l ଏହି ଆଦର୍ଶ ବିଦ୍ୟାଳୟ ଆସିକା ବ୍ଲକ ର 27ଗୋଟି ପଂଚାୟତ ରୁ 450 ରୁ ଉର୍ଦ୍ଧ ଛାତ୍ରୀ, ଛାତ୍ର ମାନେ ପାଠ ପଢୁଛନ୍ତି l ଏହି ବିଦ୍ୟାଳୟ କୁ ଯିବା ଆସିବା ରାସ୍ତା ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି l ନିମିନା ଗ୍ରାମପଞ୍ଚାୟତ ର ସରପଞ୍ଚ ବିଦ୍ୟାନ୍ତ ଚର୍ଚ୍ଚି ଏସମ୍ପର୍କରେ ସମିତି ବୈଠକ ରେ ଦୃଷ୍ଟି ଆକର୍ଷଣ କରିଥିଲେ l ଆଜି ପଯ୍ୟନ୍ତ ଏହାର ସମାଧାନ ହୋଇପାରୁନାହିଁ l ଆଦର୍ଶ ବିଦ୍ୟାଳୟ ରେ ଅଧ୍ୟୟନରତ ଶହ ଶହ ଛାତ୍ର, ଛାତ୍ରୀ ଛୋଟ, ବଡ଼ ଗାଡି ରେ ବସି ଯିବା ଆସିବା କରୁଛନ୍ତି l

ଧରାକୋଟ ବ୍ଲକ ର ଝରପାରୀ ପଂଚାୟତ ର ସାଳୁଆପଲ୍ଲୀ ଗ୍ରାମକୁ ବିଦ୍ୟୁତ ନେବା ପାଇଁ ନିମିନା -ସାଳୁଆପଲ୍ଲୀ ରାସ୍ତା କଡ଼ରେ ବିଦ୍ୟୁତ ବିଭାଗ 11 କେ. ଭି ବିଦ୍ୟୁତ ତାର ଦ୍ୱାରା ସlଳୁଆପଲ୍ଲୀ କୁ ବିଦ୍ୟୁତ ଦିଆଯାଇଥିଲା l ବିଦ୍ୟୁତ ବିଭାଗ ଦୁରଦୃଷ୍ଟି ଅଭାବ ହେତୁ ଏଭଳି ଆଦର୍ଶ ବିଦ୍ୟାଳୟ ରାସ୍ତାରେ ଯିବା ଆସିବା କରୁଥିବା ଶିଶୁ ଏବଂ ବିଦ୍ୟାଳୟ କୋଠl ପ୍ରତି ବିପଦ ରହିଛି l ଏସମର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀକୁ ପଚାରିବାରୁ ସେ ଘଟଣାସ୍ଥଳ ପରିଦର୍ଶନ କରି ବିଭାଗୀୟ ଅଧିକାରୀଙ୍କୁ ଜଣାଇବାକୁ କହିଛନ୍ତି l ସରପଞ୍ଚ ଶୀଘ୍ର ଏଠାରୁ ଘୁଞ୍ଚାଇବାକୁ ଦାବିକରିଛନ୍ତି l