ସ୍ତ୍ରୀକୁ ହାଣି ଦୁଇ ଖଣ୍ଡ କଲା ସ୍ବାମୀ, କଟା ମୁଣ୍ଡ ଧରି ଫେରିଲା ଘରକୁ

ବର୍ବର, ନୃଶଂସ ହତ୍ୟା । ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀର ମୁଣ୍ଡ କାଟିଲା । ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଦେଲା ସ୍ୱାମୀ । କଟା ମୁଣ୍ଡ ନେଇ ଘର ଆଗରେ ରଖିଲା । ଗଜପତି କାଶୀନଗର ଥାନା ସାରା ଗାଁରେ ଏହି ନୃଶଂସ ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତ ସ୍ୱାମୀ ମୁନା କାର୍ଯୀକୁ ଗିରଫ କରିଛି ପୋଲିସ । ଆଜି ସକାଳୁ ସ୍ୱାମୀ-ସ୍ତ୍ରୀ କାଜୁ ବଗିଚାକୁ ଯାଇଥିଲେ । ସେଠାରେ ସ୍ତ୍ରୀକୁ ହତ୍ୟା କରି ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଥିଲା ମୁନା । ପରେ ମୁଣ୍ଡକୁ ଆଣି ଘର ଆଗରେ ରଖିଥିଲା । ପ୍ରଶ୍ନ ଉଠୁଛି ହତ୍ୟାର କାରଣ କ’ଣ ? କାଜୁ ବଗିଚାରେ କଣ ହୋଇଥିଲା ? ସ୍ୱାମୀ-ସ୍ତ୍ରୀ ଭିତରେ ବଡ଼ ଧରଣର ଝଗଡ଼ା ହୋଇଥିଲା କି ? ଏମିତି କଣ ଘଟିଥିଲେ ଯେ ଯେଉଁଥିରୁ ଉତ୍ୟକ୍ତ ହୋଇ ସ୍ତ୍ରୀର ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଲା ସ୍ୱାମୀ ? ପାରିବାରିକ ଝଗଡ଼ା ନା ଆଉ କିଛି କାରଣ ରହଛି ? ଅଧିକ ଖୋଳତାଡ କରୁଛି କାଶୀନଗର ଥାନା ପୋଲିସ ।