ବିଜେପିରେ ମିଶିଲେ ଓଲିଉଡ ଅଭିନେତ୍ରୀ ଜିନା ସାମଲ ଓ ଅଭିନେତା ରୁଦ୍ର ପାଣିଗ୍ରାହୀ

ବିଜେପିରେ ମିିଶିଲେ ଓଲିଉଡ ଅଭିନେତ୍ରୀ ଜିନା । ଜିନାଙ୍କ ସ୍ୱାମୀ ତଥା ଅଭିନେତା ରୁଦ୍ର ପାଣିଗ୍ରାହୀ ମଧ୍ୟ ମିଶିଲେ । ସାଂସଦ ପ୍ରତାପ ଷଡଙ୍ଗୀଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବରେ ସାମିଲ ହେଲେ ଜିନା । ଜିନା, ରୁଦ୍ରଙ୍କ ସହ ପ୍ରାୟ ୮୦ରୁ ଅଧିକ ବ୍ୟକ୍ତି ବିଜେପିରେ ଯୋଗଦେଲେ । ଆଜି ବାଲେଶ୍ୱର ବିଜେପି ଅଫିସରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜେପିରେ ଯୋଗ ଦେଇ ବେଶ୍ ଖୁସ ଅଛନ୍ତି ଅଭିନେତ୍ରୀ ସେ କହିଛନ୍ତି, ଅଭିନେତା, ଅଭିନେତ୍ରୀଙ୍କ ବିନା ରାଜନିତୀ ଅଧୁରା ଏବଂ ସେ କୌଣସି ପ୍ରତିସୃତି ବା କମିଟମେଣ୍ଟ ନେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ନାହାଁନ୍ତି ।

ରାଜନୀତି ତାଙ୍କର ନିଷ୍ଠା, କର୍ତ୍ତବ୍ୟ ଏବଂ କର୍ମ ବୋଲି କହିଛନ୍ତି ଅଭିନେତ୍ରୀ । ସେହିପରି ଅଭିନେତା ରୁଦ୍ର ପାଣିଗ୍ରାହୀ କହିଛନ୍ତି, ମୁଁ ରାଜନୀତିରେ ଯୋଗ ଦେଇ ଓଡ଼ିଶା ପାଇଁ କିଛି କିରବା ପାଇଁ ଚାହୁଁଛି, ଲୋକଙ୍କ ସେବା ମଧ୍ୟ କରି ପାରିବୁ । ସୂଚନାଥାଉ ଯେ, ପ୍ରଥମେ ଆଲବମ୍ ଜଗତରେ ଖ୍ୟାତି ଅର୍ଜନ କରିବା ପରେ ,ସିନେମା ଓ ଟେଲିଭିଜନ ଜଗତରେ ପାଦ ଦେଇଥି ଜିନା । ‘ଫେରିଆ ମୋ ସୁନାଭଉଣୀ’ ଜରିଆରେ ସେ ସିନେମା ଜଗତରେ ପାଦ ଦେଇଥିଲେ । ପରେ ଅଭିନେତା ରୁଦ୍ରଙ୍କୁ ବିବାହ କରିଥିଲେ ଜିନା ।