ନୂଆଗାଁ: :ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ଠାରୁ ବାହାଡ଼ ଝୋଲା ପର୍ଯ୍ୟନ୍ତ ଯାଇଥିବା ପି ଡବ୍ଲୁ ଡି ରାସ୍ତା ଗୂମି ନିକଟରେ ବାଇକ୍ ଦୁର୍ଘଟଣା ରେ ଚାରିଜଣ ଗୁରୁତର ହୋଇଥିବା ଜଣା ପଡିଛି।ସୂଚନା ଅନୁଯାୟୀ କାଳି ଆମ୍ବା ଗ୍ରାମର ପ୍ରଶାନ୍ତ ପ୍ରଧାନ,ରମେଶ ବେହେରା, ଜଳନ୍ଧର ପ୍ରଧାନ, ଲକ୍ଷ୍ମଣ ପ୍ରଧାନ ଦୁଇଟି ବାଇକରେ କାମ ସାରି ଘରକୁ ଫେରୁଥିବା ବେଳେ ଗୁମି ନିକଟରେ ଏକ ପିଲା ସାଇକେଲ ଚଳାଇ ହଠାତ୍ ବାଇକ୍ ସାମ୍ନାକୁ ଚାଲିଆସିବା ଯୋଗୁଁ ବାଇକ୍ ଚାଳକ ହଠାତ୍ ବ୍ରେକ ମାରିବା ଯୋଗୁଁ ପଛ ଗାଡ଼ି ବାଇକ୍ ଚାଳକ ଆଗ ବାଇକ୍ କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ଚାରିଜଣ ଗୁରୁତର ହୋଇଥିଲେ।ଘଟଣା ସ୍ଥଳରେ ନୂଆଗାଁ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗୁରୁତର ମାନଙ୍କୁ ମହିପୁର ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ।ସେମାନଙ୍କ ମଧ୍ୟରୁ ଲକ୍ଷ୍ମଣ ପ୍ରଧାନ ଙ୍କ ଗୋଡ଼ରେ ଅଧିକ ଆଘାତ ଲାଗିଥିବାରୁ ତାଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡିଛି।