ଅଭିଯୁକ୍ତଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ ସହ ପୀଡିତାକୁ ପଚାଶ ହଜାର ଟଙ୍କା କ୍ଷତି ପୂରଣ

ଚିଲିକା,07/10:ଦୁଇ ଗୋଷ୍ଟୀଙ୍କ ମଧ୍ୟରେ ଝଗଡାକୁ ନେଇ ପୃଥକ ପୃଥକ ମାମଲାରେ ଅଭିଯୁକ୍ତଙ୍କୁ ଜେଲ ଦଣ୍ଡାଦେଶ ସହ ଆର୍ଥିକ ଦଣ୍ଡାଦେଶ ଏବଂ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଚିଲିକା ଜେ.ଏମ.ଏଫ.ସି କୋର୍ଟ l ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମର ଉତରାୟଣୀ ମନ୍ଦିର ପ୍ରାଙ୍ଗଣର ମିଟିଙ୍ଗରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡାକୁ ନେଇ ଉଭୟ ଗୋଷ୍ଟୀ ପକ୍ଷରୁ ଚିଲିକା କୋର୍ଟରେ ମୋକଦ୍ଦମା ଜାରୀ ରହିଥିଲା l ଏ ସମ୍ପର୍କରେ ଜିଆର କେସ ନମ୍ବର 313/21 ଅନୁଯାୟୀ ଆଇ.ପି. ସି.ଧରା 341 /323/ 34ରେ ଅଭିଯୁକ୍ତଙ୍କୁ ଏକ ବର୍ଷ କାରା ଦଣ୍ଡାଦେଶ ହୋଇ ଥିବା ବେଳେ,ଧାରା 323/ 34 ଆଇ.ପି.ସି.ରେ ପୀଡିତାକୁ କ୍ଷତି ପୂରଣ ଆକାରରେ ଦଶ ହଜାର ଟଙ୍କା ଲେଖାଏଁ ପ୍ରତ୍ୟେକ ଅଭିଯୁକ୍ତ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି l ଏହି ମାମଲା ର ଅଭିଯୁକ୍ତ ମାନେ ହେଲେ ହର ମୋହନ ଦାସ , ରାକେଶ ଦାସ ,କାର୍ତ୍ତିକ ଦାସ , ଭବାନୀ ଦାସ ଏବଂ ନାରାୟଣ ଦାସ l

ସେହିପରି ଆଉ ଏକ ଜିଆର କେସ ନମ୍ବର 312/21 ଅନୁଯାୟୀ ଧାରା 323/ 34ଆଇ. ପି. ସି.ରେ ପ୍ରତ୍ୟେକ ଅଭିଯୁକ୍ତ ଏକ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି l ଉକ୍ତ ମାମଲା ର ଅଭିଯୁକ୍ତ ମାନେ ହେଲେ ବାବୁଲା ମାର୍ଥା, କାବୁ ମାର୍ଥା, ବାଦଲ ମାର୍ଥା, ଫାଦଲା ମାର୍ଥା ଏବଂ ନୀଳକଣ୍ଠ ବେହେରା l ତେବେ ସାକ୍ଷୀ ପ୍ରମାଣ କୁ ଆଧାର କରି ଚିଲିକା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ର ବିଚାରପତି ଶ୍ରୀଯୁକ୍ତ ବିକାଶ ଗୋଏଲ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି l ଏ ପରି ପ୍ରେକ୍ଷୀରେ ସରକାରଙ୍କ ତରଫରୁ କ୍ୟାଡର ଏପିପି କୈଳାଶ ଚନ୍ଦ୍ର ନାଥ ବଳିଷ୍ଠ ଯୁକ୍ତି ଉପସ୍ଥାପନା କରି ମୋକଦ୍ଦମା ପରିଚାଳନା କରିଥିବା ବେଳେ ଦୁଇ ଗୋଷ୍ଟୀ ଅଭିଯୁକ୍ତଙ୍କ ପକ୍ଷରୁ କ୍ରମାନ୍ୱୟରେ ଗୋଟିଏ ପକ୍ଷର ଆଇନଜୀବି ଅଖିଳ କୁମାର ଦାସ ଏବଂ ଅପର ପକ୍ଷର ବରିଷ୍ଠ ଆଇନଜୀବି ନକୁଳ ନାୟକ ମୋକଦ୍ଦମା ପରିଚାଳନା କରିଥିଲେ l