ବିଜୁ ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବାଣପୁର,04/10: ବାଣପୁର ବ୍ଲକ ନରେନ୍ଦ୍ର ପୁର ଗ୍ରାମ ପଞ୍ଚାୟତ ଉପେନ୍ଦ୍ର ବିଦ୍ୟାପୀଠ ପରିସରରେ ବଜୁ ଜନତା ଦଳ ତରଫରୁ ଯୁବ ଛାତ୍ର ସଭାପତି କୈଳାଶ ମହାପାତ୍ରଙ୍କ ନେତୃତ୍ୱରେ ପୂର୍ବତନ ବାଣପୁର ବ୍ଲକ ଅଧକ୍ଷ ମାନସ ପ୍ରଧାନ, କୁମାର ମହାରଥl, ବାଣପୁର ବିଜ୍ଞାପିତ ଅଂଚଳ ପରିଷଦ ଚେୟାରମ୍ୟାନ ମିଟୁ ନାୟକ, ଯଦୁ ପ୍ରଧାନ, ପୂର୍ବତନ ସରପଞ୍ଚ ମନୋଜ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ଭୋଳ, ବାଣପୁର ବ୍ଲକ ସଭାପତି ଭବାନୀ ଶଙ୍କର ବଳିୟାରସିଂ ପ୍ରମୁଖ ଯୋଗ ଦେଇଥିଲେ l ଏହି ପରିପ୍ରେକ୍ଷୀରେ ନରେନ୍ଦ୍ର ପୁର ଗ୍ରାମ ପଞ୍ଚlୟତ ଉପେନ୍ଦ୍ର ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ ଶ୍ରୀଚନ୍ଦନ ସମେତ ଅନ୍ୟ ସମସ୍ତ ଶିକ୍ଷକ ମାନେ ମଧ୍ୟ୍ ଅଂଶ ଗ୍ରହଣ କରିଥିଲେ l ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରି ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ l