ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶଣ ୭୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ରେଜଗାର ମେଳା ମାଧ୍ୟମରେ ସମସ୍ତଙ୍କୁ ନୂଆ ସ୍ଥାନରେ ନିଯୁକ୍ତି ଦିଆଯାଇଛି । ଦେଶର ୨୨ଟି ରାଜ୍ୟରେ ଏହି ରୋଜଗାର ମେଳାର ଆୟୋଜନ କରାଯାଇଥିଲା । ଏହି ଅବସରରେ କେନ୍ଦ୍ର ସରକାରଙ୍କ ତରଫରୁ ବିଭିନ୍ନ ବିଭାଗରେ ଯୁବକଙ୍କୁ ଚାକିରି ପ୍ରଦାନ କରାଯାଇଛି । ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ୧୦ ଲକ୍ଷ ଯୁବକଙ୍କୁ ଚାକିରି ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ରଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସାରା ଦେଶର ବିଭିନ୍ନ ସ୍ଥାନରେ ରୋଜଗାର ମେଳାର ଆୟୋଜନ କରାଯାଉଛି । ଏହି ୭୧ ହଜାର ଯୁବକଙ୍କୁ ଗ୍ରାମୀଣ ଡାକ ସେବକ, ଡାକ ନିରୀକ୍ଷକ, କନିଷ୍ଠ ଲିପିକ, ଟାଇପିଷ୍ଟ, କନିଷ୍ଠ ଲେଖା ଲିପିକ, ସହାୟକ ଅନୁଭାଗ ଅଧିକାରୀ, ଟିକେଟ କ୍ଲର୍କ, ସହାୟକ କୁଲସଚିବ ଓ ଆସିଷ୍ଟାଣ୍ଟ ପ୍ରଫେସର ଆଦି ବିଭିନ୍ନ ପଦରେ ନିଯୁକ୍ତି ମିଳିଛି ।