ମେ 28ରେ ନୂତନ ସଂସଦ ଗୃହର ଉଦଘାଟନ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ଚାଲିଛି ଜୋରଦାର ପ୍ରସ୍ତୁତି

ଚଳିତ ମାସ ଶେଷ ସୁଦ୍ଧା ନୂତନ ସଂସଦ ଭବନ ଆନୁଷ୍ଠାନିକ ଭାବେ ଉଦଘାଟନ ହେବାର ସମ୍ଭାବନା ରହିଛି । ନୂଆ ସଂସଦ ଭବନର ଉଦଘାଟନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦଘାଟନ କରିବେ । ମାସକ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏହାର ନିର୍ମାଣ କାର୍ଯ୍ୟର ନୀରିକ୍ଷଣ କରିଛନ୍ତି । ନୂତନ ସଂସଦର ଉଦ୍ଘାଟନ ମେ ୨୮ ରେ ହୋଇପାରେ ବୋଲି ସୂଚନା ରହିଛି । ମୋଦୀ ସରକାରଙ୍କର ୯ ବର୍ଷ ପୂର୍ତ୍ତି ଅବସରରେ ନୂଆ ସଂସଦ ଭବନର ଉଦଘାଟନ କରାଯିବ ।  ୨୦୧୪ ମେ ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହି କାରଣରୁ ମୋଦୀଙ୍କ ଶାସନର ୯ ବର୍ଷ ପୂରଣ ଅବସରରେ ନୂଆ ସଂସଦ ଭବନ ଉଦଘାଟନ କରାଯିବ । ଏଥିପାଇଁ ଏହାର ଚତୁଃପାଶ୍ୱର୍ରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୪ ମହଲା ବିଶିଷ୍ଟ ନୂଆ ସଂସଦ ଭବନରେ ୧୨୨୪ ଜଣ ସାଂସଦ ବସିବା ପାଇଁ ବ୍ୟବସ୍ଥା ରହିଛି ।  

ସୂତ୍ର ଅନୁଯାୟୀ, ଆନୁମାନିକ ୯୭୦ କୋଟି ଟଙ୍କା ବ୍ୟୟରେ ଏହି ନୂତନ ସଂସଦ ନିର୍ମାଣ ହୋଇଛି  । ତେବେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଜୁଲାଇରୁ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନ ନୂତନ କୋଠାରେ ଅନୁଷ୍ଠିତ ହେବାର ସମ୍ଭାବନା ନାହିଁ । ଏହାସହ କଳ୍ପନା ଜଳ୍ପନା ରହିଛି ଭାରତ ୨୦୧୩ ପାଇଁ ଜି -୨୦ ପ୍ରତିନିଧିତ୍ୱ କରୁଥିବାରୁ  ଜି -୨୦ ରାଷ୍ଟ୍ରର ପାର୍ଲାମେଣ୍ଟର ସ୍ପିକରମାନଙ୍କର ଏକ ବୈଠକ  ଚଳିତ ବର୍ଷ ଶେଷରେ ନୂତନ ବିଲ୍ଡିଂରେ ହୋଇପାରେ ବୋଲି ବିକାଶ ସୂତ୍ରରୁ ପ୍ରକାଶ।