ମାଲିକର ଚୋରି ସୁନାକୁ ଫେରାଇଲା ପୋଲିସ (ଆସିକା ପୋଲିସର ନିଆରା ପ୍ରୟାସ)

ଆସିକା – ଆସିକା ପୋଲିସର ନିଆରା ପ୍ରୟାସ l ଚୋରି ହୋଇ ଯାଇ ଥିବା ଲକ୍ଷାଧିକ ଟଙ୍କାର ସୁନାକୁ ଉଦ୍ଧାର କରି ମାଲିକର ଘରେ ପହଞ୍ଚାଇଲା ଆସିକା ପୋଲିସ l ପ୍ରକାଶ ଥାଉକି ଗତ ଅକ୍ଟୋବର 24 ତାରିଖ ଦିନ ଆସିକା ଥାନା ଝଗଡେଇର ଇନ୍ଦ୍ର ପ୍ରଧାନଙ୍କ ଘରୁ 115 ଗ୍ରାମ ସୁନା ହାର ଚୋରି ହୋଇଥିଲା l ଏସମ୍ପର୍କରେ ଆସିକା ଥାନାରେ ଇନ୍ଦ୍ର ପ୍ରଧାନ 28/09/23 ରେ ଏକ ଲିଖିତ ଅଭିଯୋଗ କରିଥିଲେ l ଆସିକା ପୋଲିସ ପକ୍ଷରୁ କେସ ନମ୍ବର 589/23 ପ୍ରକାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା l ଆସିକା ଥାନା ଅଧିକାରୀ ପି ସ୍ୱରୂପ କିଷାନଙ୍କ ନିର୍ଦ୍ଦେଶ କ୍ରମେ ସବଇନ୍ସପେଟର ଅଜିତ ପରିଡା ଏବଂ ଅମ୍ବିକା ବେଣିଆଙ୍କ ନେତୃତ୍ୱ ରେ ଗଠିତ ଏକ ଟିମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସୁନା ଚୋରି କରିଥବା ଚୋରକୁ ପୋଲିସ କାବୁ କରି ସେ ଚୋରି ସୁନାକୁ ବେଲଗୁଣ୍ଠା ମଣିପୁରମ ବ୍ୟାଙ୍କରେ ବନ୍ଧକ ରଖିଥିବା ଜାଣି ବ୍ୟାଙ୍କରୁ ସୁନା କୁ ଜବତ କରିଥିଲା l

ଆସିକା ପୋଲିସ ପକ୍ଷରୁ ଥାନା ଅଧିକାରୀଙ୍କ ନିର୍ଦେଶ କ୍ରମେ ତଦନ୍ତ କାରି ସବଇନ୍ସପେଟର ଅଜିତ ପରିଡା ଏବଂ ଅମ୍ବିକା ବେଣିଆ ହଜିଥିବା ସୁନାକୁ ସୁନା ଚୋରିହୋଇଥିବା ମାଲିକ ଇନ୍ଦ୍ର ପ୍ରଧାନଙ୍କର ଘରେ ପହଁଚି ତାଙ୍କୁ ତାଙ୍କ ସମସ୍ତ ସୁନାକୁ ପ୍ରଦାନ କରିଛନ୍ତି l ପ୍ରକାଶ ଥାଉକି ଗତ ଆଇପି ଏଲ ଖେଳ ରେ ବାକି ହୋଇଥିବାରୁ ଏଭଳି ସୁନା ଚୋରି କରି ଋଣ ମୁକ୍ତ ହେବାକୁ ଉଦ୍ୟମ କରୁଥିଲା ଚୋର l ଆସିକା ପୋଲିସର ଏଭଳି ନିଆରା ପ୍ରୟାସ କାର୍ଯ୍ୟକୁ ଆସିକା ଅଞ୍ଚଳ ଵାସି, ବୁଦ୍ଧିଜୀବୀ, ଆଇନଜୀବି ମହଲରୁ ପ୍ରଶଂସା କରାଯାଇଛି l ଅନ୍ୟ ପଟେ ହଜିଥିବା ସୁନା କୁ ଫେରି ପାଇବା ପରେ ପ୍ରଧାନ ପରିବାରରେ ଏକ ପ୍ରକାର ଖୁସି ଫେରି ଆସିଛି l