ଭୁବନେଶ୍ୱର: ବଲିଓଡ଼ରେ ଚମକିଲେ ଓଡ଼ିଆ ପୁଅ ପ୍ରଜ୍ଜଳ | ଯାହାଙ୍କ ବୟସ ମାତ୍ର ୧୩ ବର୍ଷ | ୧୩ ବର୍ଷ ବୟସରେ କପିଲ ଶର୍ମାଙ୍କ ଫିଲ୍ମରେ ଚମକୁଛନ୍ତି ଓଡ଼ିଆ ପୁଅ ପ୍ରଜ୍ଜଳ | ଆସନ୍ତାକାଲି ରିଲିଜ ହେବାକୁ ଯାଉଛି କପିଲ ଶର୍ମାଙ୍କ ଅଭିନୀତ ଫିଲ୍ମ ’ଜ୍ୱିଗାଟୋ’ | ଏହି ଫିଲ୍ମରେ ଚାକିରି ଛାଡ଼ିଥିବା ଜଣେ କର୍ମଚାରୀ କିଭଳି ଏକ ଫୁଡ୍ ଡେଲିଭରି ରାଇଡର ଭାବରେ ବଞ୍ଚିବାକୁ ସଂଘର୍ଷ କରିଛନ୍ତି ତାହା ଦେଖିବାକୁ ମିଳିବ | ଜଣେ ଡେଲିଭରୀ ବୟ ଉପରେ ଏହି ଫିଲ୍ମଟି ଆଧାରିତ |
ତେବେ ସବୁଠୁ ବଡ କଥା ହେଉଛି କପିଲ ଶର୍ମାଙ୍କ ଏହି ଫିଲ୍ମରେ କଟକର ୧୩ ବର୍ଷର ଓଡ଼ିଆ ପୁଅ ପ୍ରଜ୍ଜଳ ସାହୁ ଅଭିନୟ କରିଛନ୍ତି | ଯାହା ଓଡିଶା ପାଇଁ ଏକ ଗର୍ବ ଓ ଗୌରବର ବିଷୟ | ପ୍ରଜ୍ୱଳ ହେଉଛନ୍ତି ଜଣେ ଜଣାଶୁଣା ଉଦ୍ୟୋଗପତି ଶରତ ସାହୁଙ୍କ ନାତି । ତାଙ୍କ ବାପା ଅରବିନ୍ଦ ସାହୁ ଓ ମା’ ସାଲିନୀ ସାହୁ ମଧ୍ୟ ଓଡ଼ିଶା ବ୍ୟବସାୟ ଜଗତର ଜଣାଶୁଣା ବ୍ୟକ୍ତି । ତେବେ କପିଲଙ୍କ ଅଭିନୀତ ଏହି ଫିଲ୍ମରେ ପ୍ରଜ୍ବଳ କପିଲଙ୍କ ପୁଅ ଭୁମିକାରେ ନଜର ଆସିବେ | ଏହାବ୍ୟତୀତ ଏହି ଫିଲ୍ମରେ କପିଲ ଶର୍ମା ଏବଂ ଶାହାନା ଗୋସ୍ବାମୀଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ |