ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବଙ୍କ ପୀଠରେ ପୂର୍ଣ୍ଣାହୁତି ଓ ଯଜ୍ଞ ଉତ୍ସବ ଅନୁଷ୍ଠିତ

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବଡଗୋଠ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଖୁଣ୍ଟୁବନ୍ଧ ଠାରେ ଅବସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବ ଙ୍କ ପୀଠରେ ପୂର୍ଣ୍ଣାହୁତି ଓ ଯଜ୍ଞ ଉତ୍ସବ ଅନୁଷ୍ଠିତ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବ ଙ୍କୁ ଦର୍ଶନ କରିବା ସହ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।ତତ୍ ସହିତ ଯଜ୍ଞ ଓ ବେଦମନ୍ତ୍ର ପାଠ ଦ୍ଵାରା ଅଞ୍ଚଳରେ କିପରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୁଏ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ ଦ୍ଵାରା କିପରି ଭାଇଚାରା ସୃଷ୍ଟି ହୁଏ ସେ ଉପରେ ବକ୍ତବ୍ୟ ରଖିଥିଲେ ଦଶପଲ୍ଲା ଯୁବ ବିଧାୟକ।ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ ଙ୍କ ସମେତ ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟା, ଏବଂ ଅଞ୍ଚଳର ବହୁ ମାନ୍ୟ ଗଣ ବ୍ୟକ୍ତି ଯୋଗ ଦେଇଥିଲେ।