ଭିମସାରରେ ପୁଣି ରାଗିଂ, ଜୁନିଅରଙ୍କୁ ଗାଳିଗୁଲଜ ସହ ଦେଲେ ମାନସିକ ନିର୍ଯ୍ୟାତନା

ବୁର୍ଲା:  ଯେତେ କଡ଼ା ନିୟମ ଓ ତାଗିଦ୍ କଲେ ବି ଭିମ୍‌ସାର୍‌ରେ(ବୀର ସୁରେନ୍ଦ୍ର ସାଏ  ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ) ରାଗିଂ ଥମୁନି। ଏବେ ପୁଣି ଏକ ରାଗିଂ ଅଭିଯୋଗ ସାମ୍ନାକୁ ଆସିଛି। ଦୁଇ ଜଣ ବରିଷ୍ଠ ଛାତ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପ୍ରଥମ ବର୍ଷର ଛାତ୍ର। ଅଭିଯୋଗ ଅନୁସାରେ, ଚତୁର୍ଥ ବର୍ଷର ଜଣେ ଛାତ୍ର ଓ ଶେଷ ବର୍ଷର ଜଣେ ଛାତ୍ର ପ୍ରଥମ ବର୍ଷର ଛାତ୍ରମାନଙ୍କୁ ରାଗିଂ କରିଛନ୍ତି। ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ବେଶ୍‌ କିଛି ସମୟ ଧରି ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଦିନ ଏଭଳି ଘଟଣା ଘଟିଥିଲା। ଅଭିଯୋଗ ପାଇବା ପରେ ଭିମ୍‌ସାର୍ କର୍ତ୍ତୃପକ୍ଷ ମଧ୍ୟ ତତ୍ପରତା ଦେଖାଇଛନ୍ତି।