ବାଲୁଗାଁ,18/09:ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ୧୬ ନମ୍ବର ଜାତୀୟ ରାଜପଥ ବାଇପାସରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡି ଚାଳକ ଫେରାର ହୋଇ ଯାଇଥିବା ଜଣାପଡିଛି। ସୂଚନା ମୁତାବକ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଏକ କାର ଯାଉଥିବା ବେଳେ ବାଲୁଗାଁ ବାଇପାସ ଠାରେ ଏକ ପିକଅପ ଭ୍ୟାନ ଦ୍ରୁତ ଗତିରେ ଆସି କାରର ପଛପଟୁକୁ ଏକ ଶକ୍ତ ଧକ୍କା ଦେଇଥିଲା l ଫଳରେ କାରରେ ଥିବା ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି।
ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ଆହତ ହୋଇ ଥିବା ଭ୍ୟକ୍ତିଙ୍କୁ ଉଦ୍ଧାର କରି ବାଲୁଗାଁ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ l ଦୁର୍ଘଟଣା ଘଟାଇଥିବା ପିକଅପ ଭ୍ୟାନ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି l ଏହି ଦୁର୍ଘଟଣା ରେ କାରର ପଛ ଭାଗ ନଷ୍ଟ ହୋଇଯାଇଛି l ତେବେ ଖବର ପାଇ ବାଣପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହିତ ତଦନ୍ତ ଜାରୀ ରଖିଥିବା ଜଣା ପଡିଛି ।