ନୂଆଗାଁ: ସ୍ଵତନ୍ତ୍ର ପଛୁଆ ବର୍ଗ ସର୍ଭେର ସ୍ଵତନ୍ତ୍ର ଦିବସ ୨୧ ତାରିଖ ରବିବାର ଦିନ ବିଡ଼ିଓ ସଚିଦା ନନ୍ଦ ମିଶ୍ର ନୂଆଗାଁ ବ୍ଲକ୍ ର ସମ୍ପଡା, ଚାହାଳି, ଡ଼ାଳିଆମଡା, ଢେଙ୍କେଣା, ଦେଉଳୀ,ମାଳିସାହି ଆଦି ଗ୍ରାମ ଏବଂ ସର୍ଭେ କେନ୍ଦ୍ର ପରିଦର୍ଶନ କରି ସର୍ଭେ କାର୍ଯ୍ୟ ରେ ନିୟୋଜିତ ଥିବା ଗଣନା କାରୀ,ସୁପର ଭାଇଜର ଙ୍କ ସହ ଡୋର ଟୁ ଡୋର ସର୍ଭେ କାର୍ଯ୍ୟ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ପଛୁଆ ବର୍ଗ ସର୍ଭେ ର ଲକ୍ଷ୍ୟ ,ଉଦ୍ଦେଶ୍ୟ ସମ୍ପର୍କରେ ହିତାଧିକାରୀ ମାନଙ୍କୁ ବୁଝାଇବା ସହ ସରକାରଙ୍କ ଏହି କାର୍ଯ୍ୟକ୍ରମ ଶତପ୍ରତିଶତ ସଫଳତା ପାଇଁ ଅନୁରୋଧ କରିଥିଲେ।
ଲୋକମାନଙ୍କୁ ସଚେତନ କରିବା ପାଇଁ ସ୍ବତନ୍ତ୍ର ସଚେତନତା ଅଭିଯାନ ରଥର ଶୁଭାରମ୍ଭ କରିଥିଲେ ବିଡ଼ିଓ ଶ୍ରୀ ମିଶ୍ର। ନୂଆଗାଁ ବ୍ଲକ୍ ର ବିଭିନ୍ନ ଗ୍ରାମ ବୁଲି ଲୋକମାନଙ୍କୁ ସଚେତନ କରିଥିଲା ଏହି ସଚେତନତା ରଥ। ବିଡ଼ିଓ ଶ୍ରୀ ମିଶ୍ର ଙ୍କ ସହ ଡବ୍ଲୁ ଇ ଓ ମଳୟ ରଞ୍ଜନ ଚିନାରା ଏବଂ ସୁପର ଭାଇଜର ରଘୁନାଥ ସାହୁ ଉପସ୍ଥିତ ଥିଲେ। ସରକାରଙ୍କ କାର୍ଯ୍ୟକ୍ରମ ର ଶତ ପ୍ରତିଶତ ସଫଳ ରୂପାୟନ ପାଇଁ ଛୁଟି ଦିନରେ ମଧ୍ୟ ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ର ଙ୍କ ପ୍ରଚେଷ୍ଟା ପାଇଁ ଜନସାଧାରଣ ଏବଂ ବୁଦ୍ଧିଜୀବୀ ମହଲରେ ରେ ପ୍ରଶଂସା କରାଯାଇଛି।