କଟକ: ଗୁଣିଗାରେଡି କହି ୬୦ ଲକ୍ଷ ଟଙ୍କା ଲୁଟିଥିବା ତାନ୍ତ୍ରିକ ଗିରଫ । ଅଭିଯୁକ୍ତ କୈଫି ଖାନକୁ ଗିରଫ କଲା ମଙ୍ଗଳବାଗ ପୋଲିସ । ରାଣୀ ହାଟର ଜଣେ ମହିଳାଙ୍କୁ ଗୁଣିଗାରେଡି କହି ଠକିଥିଲା । ଘରୁ ଗୁପ୍ତଧନ ବାହାର କରିବାକୁ କହି ୬୦ ଲକ୍ଷ ଟଙ୍କା ଲୁଟି ନେଇଥିଲା । ସଂପୃକ୍ତ ମହିଳାଙ୍କ ସହ ଅନେକ ଲୋକଙ୍କଠାରୁ ଠକିଥିଲା କୈଫି । ଲୁଟ ଟଙ୍କାରେ ମୋବାଇଲ ଦୋକାନ ସହ ଗାଡି କିଣିଥିଲା ଅଭିଯୁକ୍ତ । ଅଭିଯୁକ୍ତଙ୍କଠାରୁ ୭୦ ମୋବାଇଲ,୨ଟି କାର,ବୁଲେଟ ଜବତ । ବହୁ ଦାମୀ ଘଣ୍ଟା,ନଗଦ ୨ ଲକ୍ଷ ୭୨ହଜାର ଟଙ୍କା ଜବତ ହୋଇଥିବା ଜଣାପଡିଛି ।