ମଣିଷ ଜୀବନ ରେ ଗ୍ରହ ମାନଙ୍କର ପ୍ରଭାବ ସବୁଠୁ ଅଧିକ ପଡ଼ିଥାଏ। ଗ୍ରହ ମାନେ ସବୁବେଳେ ଗତି ପରିବର୍ତ୍ତନ କରିଥାନ୍ତି। ତେଣୁ ବ୍ୟକ୍ତିର ଜୀବନରେ ଗ୍ରହ ସବୁବେଳେ ସ୍ଥିର ହୋଇ ରୁହେନାହିଁ। ଗ୍ରହ ମାନଙ୍କ ଯୋଗୁ ବ୍ୟକ୍ତିର ଜୀବନରେ ସୁଖ ଓ ଦୁଃଖ ଲାଗି ରହିଥାଏ। ଗ୍ରହ ମାନଙ୍କ ପରିବର୍ତ୍ତନରେ ବ୍ୟକ୍ତିର ଜୀବନରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖା ଯାଇଥାଏ। କିନ୍ତୁ ଜ୍ୟୋତିଷ ଶାସ୍ତ୍ରର ବିଧି ଅନୁସାରେ ଗ୍ରହ ମାନଙ୍କ ଦ୍ଵାରା ପଡ଼ିଥିବା ଖରାପ ପ୍ରଭାବକୁ ଦୂରେଇ ଦିଆଯାଇ ପାରିବ। ସବୁ ଗ୍ରହ ମାନଙ୍କ ମଧ୍ୟରୁ ଶନି ଗ୍ରହକୁ ଲୋକ ମାନେ ଅଧିକ ଭୟ କରନ୍ତି। ଲୋକଙ୍କ କହିବା ଅନୁଯାୟୀ ଶନି ବହୁତ କ୍ରୋଧିତ ହୋଇଥାନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ଯଦି ଆପଣ ସାବଧାନ ହୋଇ ଚଲିବେ ତେବେ ଶନି ଜୀବନରେ ବହୁତ୍ ଶୁଭ ଫଳ ଦେବେ।

ଶନି ଦେବତାଙ୍କ କୃପା ପାଇବାକୁ ଶନିବାର ଦିନ ସ୍ୱଚ୍ଛ ମନରେ କିଛି ଦାନ କରନ୍ତୁ। ସାଧାରଣତଃ ଶନିଙ୍କ କୃପା ପାଇବାକୁ ଶନିବାର ଦିନ ଶନି ମନ୍ଦିରରେ ଲମ୍ବା ଭିଡ଼ ଲାଗିଥାଏ। କିନ୍ତୁ ମନୁଷ୍ୟର କର୍ମ ହିଁ ତାହାର ଦୁଃଖର କାରଣ ହୋଇଥାଏ। କିଛି ଏପରି କାର୍ଯ୍ୟ ଅଛି ଯାହାକୁ କି ଶନି ଦେବତା ବିଲକୁଲ୍ ବି ପସନ୍ଦ କରନ୍ତି ନାହିଁ।
ଶନିବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି କାମ ଗୁଡିକ :
୧. ଶନିବାର ଦିନ କୌଣସି ଲୁହI ଜିନିଷ କିଣିବା ଉଚିତ ନୁହେଁ।
୨. ଏହି ଦିନରେ ବ୍ୟକ୍ତି ଲୁଣ କିଣିଲେ ତା ଜୀବନ ରେ ଦାରିଦ୍ର୍ୟତା ଆସେ।
୩. ଏହି ଦିନରେ କାଠ, ସୋରିଷ କିମ୍ବା ବିରି କିଣିବା ମନା।

୪. ଶନିବାର ଦିନ କଳା ରଙ୍ଗ ର ଜୋତା କିଣନ୍ତୁ ନାହିଁ।
୫. ଏହି ଦିନରେ ଶିକ୍ଷା ସମ୍ବନ୍ଧୀୟ ଜିନିଷ ଯେପରି କି କାଗଜ, ବହି, ଖାତା, କାଳି ଇତ୍ୟାଦି କିଣନ୍ତୁ ନାହିଁ।
୬. ଶନିବାର ଦିନ ମଦ ଏବଂ ମାଂସ ସେବନ କରିବା ଉଚିତ୍ ନୁହେଁ।
୭. ଏହି ଦିନରେ ଚୁଟି କାଟନ୍ତୁ ନାହିଁ।
ଶନିଦେବଙ୍କୁ ଯେତେବେଳେ ଦର୍ଶନ କରିବାକୁ ଯିବେ ତେବେ ଭୁଲରେ ବି ତାଙ୍କ ଆଖିକୁ ଦେଖିବେ ନାହିଁ ।
· ଦକ୍ଷିଣ, ପଶ୍ଚିମ ଏବଂ ଦକ୍ଷିଣ – ପଶ୍ଚିମ ଦିଗରେ ଯାତ୍ରା କରିବାଠାରୁ ବଞ୍ଚନ୍ତୁ ।