ମଇ ୧ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ଶିରିଡି ସାଇ ମନ୍ଦିର

ମହାରାଷ୍ଟ୍ରର ଶିରିଡ଼ି ସାଇ ବାବା ମନ୍ଦିର ପ୍ରଶାସନ ଓ ସାଇ ଭକ୍ତଙ୍କ ତରଫରୁ ମନ୍ଦିରର ସୁରକ୍ଷା ପାଇଁ କେନ୍ଦ୍ର ସରକାର ସାଇ ବାବା ମନ୍ଦିରରେ ସୁରକ୍ଷା ପାଇଁ ସିଆଇଏସ୍ଏଫ୍ ନିୟୋଜନକୁ ବିରୋଧ କରି ମେ ୧ ତାରିଖରୁ ଏକ ଅନିର୍ଦ୍ଦିଷ୍ଟ ବନ୍ଦ ଘୋଷଣା କରାଯାଇଛି।  ସମସ୍ତ ଧର୍ମର ଲୋକମାନେ ପୂଜା ପାଇଁ ସାଇ ବାବାଙ୍କ ମନ୍ଦିରକୁ ଯାଆନ୍ତି।  ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଭକ୍ତ ଏଠାରେ ପହଞ୍ଚନ୍ତି। ଏଭଳି ପରିସ୍ଥିତିରେ ମନ୍ଦିର ବନ୍ଦ ହେବାର ଖବର ପାଇବା ପରେ ଭକ୍ତଙ୍କ ଗହଣରେ ଅସନ୍ତୋଷ ପ୍ରକାଶ ପାଇଛି। ଶିରଡିର ସାଇ ବାବା ମନ୍ଦିର “ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ” ଦ୍ୱାରା ପରିଚାଳିତ। ମହାରାଷ୍ଟ୍ରର ଶିରିଡ଼ି ମନ୍ଦିରର “ଶ୍ରୀ ସାଇବାବା ସନ୍ଥାନ ଟ୍ରଷ୍ଟ” ମନ୍ଦିର ବନ୍ଦ ଘୋଷଣା କରି ସିଆଇଏସ୍ଏଫ୍ ନିୟୋଜିତ କରିବାକୁ ସରକାରଙ୍କ ନିଷ୍ପତ୍ତିକୁ ଭୁଲ ବୋଲି କହିଛି। ମନ୍ଦିରରେ ସୁରକ୍ଷା ପାଇଁ ସିଆଇଏସଏଫ୍ ମୁତୟନର ନିଷ୍ପତ୍ତିକୁ ମନ୍ଦିର ପ୍ରଶାସନ ଓ ଗ୍ରାମବାସୀ ବିରୋଧ କରୁଛନ୍ତି