ଆସିକା 25/05-ଆସିକାର ପ୍ରସିଦ୍ଧ ପୁଡୁଗେଶ୍ୱର ଙ୍କ ଠାରେ ଆଜି ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ପ୍ରସିଦ୍ଧ ଶ୍ରୀ ଶ୍ରୀ ପୁଡୁଗେଶ୍ୱର ଙ୍କ ଠାରେ ଶିବ ବିବାହ ମହାସମାରୋହରେ ପାଳିତ ହୋଇଯାଇଛି l ଆଜି ପ୍ରଭାତରୁ ପ୍ରଭୁ ପୁଡୁଗେଶ୍ୱର ଙ୍କ ଠାରେ ସ୍ନାନ ଅଭିଷେକ ଆରତୀ ପୂଜା ପରେ ମନ୍ଦିର ନିକଟରୁ ଏକ ସୁସଜ୍ଜିତ ପାଲିଙ୍କି ରେ ବୃଷଭରେ ବସୀ ବିଭିନ୍ନ ବାଦ୍ୟ ବାଜଣା ମଧ୍ୟରେ ନଗର ପରିକ୍ରମା କରିଥିଲେ l ପ୍ରଭୁ ପୁଡୁଗେଶ୍ୱର ଙ୍କ ଏହି ବିବାହ ଉତ୍ସବ ପାଇଁ ନଗର ବାସୀ ଙ୍କ ପକ୍ଷରୁ କୁମ୍ବ ସହ ପତାକା ଲଗାଇ ପ୍ରଭୁଙ୍କ ପୂଜାର୍ଚନା କରିଥିଲେ l ସାହି ସାହିରେ ବରଯାତ୍ରୀ ପଟୁଆର କୁ ପଣା ପାଣି ମିଷ୍ଟାର୍ଣ ପ୍ରଦାନ କରିଥିଲେ l
ନଗର ପରିକ୍ରମା ପରେ ପ୍ରଭୁ ମନ୍ଦିର ଠାରେ ବିଜେ ହୋଇଥିଲେ l କନ୍ୟା ଯାତ୍ରୀ ଦଳ ପ୍ରଭୁ ପୁଡୁଗେଶ୍ୱର ଙ୍କୁ ବରର ମାନ୍ୟତା ଦେଉ ବିବାହ ମଣ୍ଡପକୁ ପାଛୋଟି ନେବା ପରେ ସୁସଜ୍ଜିତ ବିବାହ ମଣ୍ଡପ ଠାରେ ବିବାହ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ମନ୍ଦିର କଲ୍ୟାଣୀ ମଣ୍ଡପ ଠାରେ 4000 ଭକ୍ତ ଙ୍କ ପାଇଁ ଭୋଜି ର ଆୟୋଜନ କରାଯାଇଥିଲା l ସେହି ଭଳି ଆସିକା ଅଞ୍ଚଳ ରେ ରାମେଶ୍ୱର ମନ୍ଦିର ତାଲୁକା ବାଲୁଙ୍କେଶ୍ୱର ମନ୍ଦିର, ସୁବର୍ନେଶ୍ଵର ମନ୍ଦିର, ରାମେଶ୍ୱର ମନ୍ଦିର, ତ୍ରିବିଧେଶ୍ୱର ଙ୍କ ଠାରେ ମଧ୍ୟ ଶିବ ବିବାହ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା l
ରିପୋର୍ଟ – ଜଗନ୍ନାଥ ସାହୁ