ନୂଆଗାଁ::ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ସରକାରୀ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ଠାରେ ମଣ୍ଡଳସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ସମାରୋହ ଅନୁଷ୍ଠିତ ହୋଇଯାଇଛି।ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା ଯୋଗଦେଇ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ବିକାଶରେ କ୍ରୀଡା ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ, କବିତା ଦାଶ ପ୍ରମୁଖ ମଞ୍ଚାସିନ ଥିଲେ।
ଦୌଡ଼, ଆଳୁ ଚାମଚ, ଗୀତ,ଚିତ୍ରାଙ୍କନ, ମ୍ୟୁଜିକ୍ ଚେୟାର ଆଦି ପ୍ରତିଯୋଗିତା ରେ ୧୨୦ ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ୩୦ ଜଣ ଛାତ୍ର ଛାତ୍ରୀ କୃତିତ୍ୱ ଅର୍ଜନ କରିଥିଲେ।କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ର ,ଛାତ୍ରୀ ଙ୍କୁ ସରପଞ୍ଚ, ବ୍ଲକ୍ ଶିକ୍ଷା ଅଧିକାରୀ,ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ପୁରସ୍କୃତ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ସି ଆର ସି ସି କୈଳାସ ନାୟକ,ବି ଆର୍ ଟି ବିସ୍ମିତା ଗଡପଲା, ଇତିଶ୍ରୀ ତ୍ରିପାଠୀ, ବିଷ୍ଣୁପ୍ରିୟା ଦାଶ ପରିଚାଳନା କରିଥିଲେ।