ବାଣପୁର, 07/09 ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଅନ୍ତର୍ଗତ ଗମ୍ଭାରୀ ମୁଣ୍ଡା ଗ୍ରାମର ସନ୍ତୋଷ ବରାଳଙ୍କ ପତ୍ନୀ ରେଣୁବାଳା ବରାଳ( 45) ରେଣୁବାଳା ଙ୍କ ସ୍ୱାମୀ ସନ୍ତୋଷ ବରାଳଙ୍କ ପାଞ୍ଚ ବର୍ଷ ପୂର୍ବେ ହୃଦଘାତ ରେ ମୃତ୍ୟୁ ହୋଇଯାଇଛି l ରେଣୁବାଳା ଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ କିନ୍ତୁ ସେମାନେ ରୋଗାଗ୍ରସ୍ଥ ମାଆ ଙ୍କୁ ସାହାର୍ଯ୍ୟ ଓ ସେବା କରିବା ବଦଳରେ ବାହାରେ ରହୁଛନ୍ତି l ରେଣୁବାଳା ଙ୍କ ନିଜର ଘର ଖଣ୍ଡେ ନ ଥିବା ହେତୁ ସମ୍ପର୍କୀୟଙ୍କ ଘରେ ରହି ନିରାଶ୍ରୟ ଜୀବନ ବିତାଉଛନ୍ତି l ନିଜ ଜୀବନକୁ ବଞ୍ଚାଇ ରଖିବା ଲାଗି ଯାହା କିଛି ଅର୍ଥ ନିଜ ପାଖରେ ଥିଲା ତାହା ଚିକିତ୍ସା ନିମନ୍ତେ ଖର୍ଚ୍ଚ କରି ଦେଇଥିବା ବେଳେ, ବର୍ତମାନ ସମୟରେ ଖାଇବା ପାଇଁ ଟଙ୍କା ପଇସା ନଥିବାରୁ ବେଳେ ବେଳେ ଉପାସ ଭୋକରେ ରହୁଛନ୍ତି l
କ୍ୟାନ୍ସର ରେ ପୀଡିତ ଥିବାରୁ ନିଜ ଗାଁ ଲୋକେ ଘୃଣା ନଜରରେ ଦେଖୁଛନ୍ତି l ଗାଁ ଲୋକେ ଘର ଦୁଆର ପାହାଚ ମାଡୁ ନଥିବା ବେଳେ ଆହା ପଦେ କହିବା କୁ ପାଖରେ କେହି ନାହାନ୍ତି l ତଥାପି ସେ ନିରାଶ୍ରୟ ଅବସ୍ଥାରେ ମଧ୍ୟ ବଂଚିବା ର ରାହା ଖେଜୁଛନ୍ତି l ତେବେ ସରକାର ଓ ବିଭିନ୍ନ ସଂଗଠନ ମାନଙ୍କୁ ସାହାର୍ଯ୍ୟ ର ହାତ ବଢାଇବାକୁ ନିବେଦନ କରିଛନ୍ତି l ସାହାର୍ଯ୍ୟ ସହଯୋଗ ପାଇଁ AC-9827001700010444 IFSC-PUNB0982700 ବ୍ୟାଙ୍କ ଖାତା ଆକାଉଣ୍ଟ ନମ୍ବର ଦେଇଥିବା ବେଳେ, ସହୃଦୟ ବ୍ୟାକ୍ତି ଏହି ମୋବଇଲ୍ ନମ୍ବରରେ (6371027178) ଯୋଗାଯୋଗ କରି ସାହାର୍ଯ୍ୟ କରିପାରିବେ l