ଜଗନ୍ନାଥ ପ୍ରସାଦ, ୨୧/୦୫ ଭୂଇଂକରୋଡା ଆକ୍ରମଣରେ ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ସରପଞ୍ଚଙ୍କ ମୃତ୍ୟୁ ଘଟିଛି ଟ୍ରାକ୍ଟର ଯୋଗେ ନିଜ ଜମିରେ ଚାଷ କାର୍ଯ୍ୟ କରୁଥିବା ବେଳେ ମାଟିତଳୁ ମହୁମାଛି ସଦୃଶ ଭୁଇଂ କରୋଡା ହଜାର ହଜାର ସଂଖ୍ୟାରେ ବାହାରି ସରପଞ୍ଚ ସନତ କୁମାର ପ୍ରଧାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ସେ ଦୌଡ଼ି ଦୌଡ଼ି ନିକଟ ଗାଁ କୁ ଯିବା ପରେ ସେଠାରେ ଏକ ପାଲ ଘୋଡ଼ି ହୋଇ କିଛି ସମୟ ରହିବା ପରେ ଆକ୍ରମଣ କାରି ଭୁଇଁକରୋଡ଼ା ପଲ ଛାଡି ଚାଲିଯାଇଥିଲେ । ତାଙ୍କୁ ଗ୍ରାମବାସୀ ଉଧାର କରି ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଚିକିସ୍ଥାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ସେ ପଂଚାୟତ ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ପଞ୍ଚାୟତର ଉର୍ଣ୍ଣତି ସହ ଅନେକ ଲୋକଙ୍କ ବ୍ୟକ୍ତିଗତ ଭାବେ ସହଯୋଗ କରି ପଞ୍ଚାୟତ ବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବସାଇଥିଲେ । ତାଙ୍କ ମୃତ୍ୟୁ ଖବରରେ ଅଞ୍ଚଳରେ ଏକ ଦୁଃଖର ବତାଵରଣ ଖେଳି ଯାଇଛି ।