ତାମିଲନାଡୁରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ ଓ କାର ମୁହାଁମୁହିଁ ଧକ୍କା ହେବାରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତିରୁବନନାମାଲାଇ ଜିଲ୍ଲାର ଚେଙ୍ଗମରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ମୃତକଙ୍କ ପରିଚୟ ମଧ୍ୟ ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛି । ତରୁବନ୍ନମଲାଇରେ ରବିବାର ଏକ ଟ୍ରକ କାର ଉପରେ ମାଡିଯାଇଥିଲା । କାରରେ ସମୁଦାୟ ୮ ଜଣ ସଦସ୍ୟ ଥିଲେ । ସେମାନେ ତିରୁବାନାମାଲାଇ ମନ୍ଦିରରୁ ଦର୍ଶନ ସାରି ବେଙ୍ଗାଲୁରୁ ଫେରୁଥିଲେ । ସେହି ସମୟରେ ଏହି ଦୁର୍ଘଟଣା ଘଟିଛି । ତେବେ ମୃତକଙ୍କ ମଧ୍ୟରୁ ଦୁଇ ଜଣ ଶିଶୁ ସମେତ ଜଣେ ମହିଳା ଅନ୍ତର୍ଭୁକ୍ତ ଅଛନ୍ତି । ଅନ୍ୟ ଜଣେ ଆହତକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି କାର ମଧ୍ୟରୁ ମୃତକଙ୍କୁ ଉଦ୍ଧାର କରିଛନ୍ତି । ଦୁର୍ଘଟଣା ଘଟିବା ପରେ ଟ୍ରକ ଡ୍ରାଇଭର ଖସି ପଲାଇଛି । ପୋଲିସ ଅଧିକାରୀ ଡ୍ରାଇଭରକୁ ଖୋଜିବା ପାଇବ ସନ୍ଧାନ ଜାରି ରଖିଛନ୍ତି ।