ଆସିକା -ଆସିକା ରାମକୃଷ୍ଣ ଆଦର୍ଶ ବିଦ୍ୟାମନ୍ଦିର ର ୧୧ ତମ ବିଜ୍ଞାନ ମେଳା ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଏହି ବିଜ୍ଞାନ ମେଳାକୁ ବିଦ୍ୟାମନ୍ଦିର ର ବିଜ୍ଞାନ ଗୁରୁଜୀ କାର୍ତ୍ତିକ ବେହେରା ପରିଚାଳନା କରିଥିଲେ l ଏହି ଅବସରରେ ଏକ ପୁରସ୍କାର ବିତରଣୀ ଉତ୍ସବ ଆୟୋଜନ କରାଯାଇଥିଲା l ଏହି ସଭାକୁ ବିଦ୍ୟାମନ୍ଦିର ପ୍ରଧାନଚାର୍ଯ୍ୟ ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ ସଂଯୋଜନା କରିଥିଲା ବେଳେ ଶିକ୍ଷକ ରବୀନ୍ଦ୍ର କୁମାର କର ଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ଦୁର୍ଗା ପ୍ରସାଦ ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ବ କରିଥିଲା ବେଳେ ମୁଖ୍ୟବକ୍ତା ଭାବେ ଶିକ୍ଷକ ଅଶୋକ କୁମାର ପଟ୍ଟନାୟକ ଛାତ୍ର ଛାତ୍ରୀ ମାନଙ୍କୁ ଆଜି ଯୁଗରେ ବିଜ୍ଞାନର ମହତ୍ୱ ବିଷୟରେ ଆଲୋକ ପାତ କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ଆସିକା ବ୍ଲକ ଗଙ୍ଗାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅମୁଲ୍ୟ କୁମାର ଦାସ, ଆସିକା ବ୍ଲକ ଟେକ୍ନିକାଲ ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ଦେବାଶିଷ ପାଣିଗ୍ରାହୀ,ଆସିକା ବ୍ଲକ ଟେକ୍ନିକାଲ ହାଇସ୍କୁଲ ର ବଳରାମ ବେହେରା, ବିଦ୍ୟାଳୟ ସମ୍ପାଦକ କମଳେନ୍ଦୁ ହୋତା ପ୍ରମୁଖ ଉପସ୍ଥିତ ରହି କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ l
ଆଜିର ଏହି ବିଜ୍ଞାନ ମେଳରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବରିଷ୍ଠ ବିଭାଗ ରୁ ୨୫ ଟି ଓ କନିଷ୍ଠ ବିଭାଗରୁ ୧୫ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ଆଜି ଏହି ବିଜ୍ଞାନ ମେଳାକୁ ବିଦ୍ୟାମନ୍ଦିର ସହ ସମ୍ପାଦକ ଦିଲ୍ଲୀପ କୁମାର ଶତପଥୀ, କୋଷାଧକ୍ଷ କମଳିନୀ ହୋତା ବିଦ୍ୟାମନ୍ଦିର ଗୁରୁଜୀ ଗୁରୁମା, ଅଜୟ କୁମାର ପଟ୍ଟନାୟକ, ଅନ୍ତର୍ଯ୍ୟାମି ସାହୁ, ସଙ୍ଗୀତା ପାତ୍ର, ସୁନୀତା କୁମାରୀ ମହାପାତ୍ର,କେ ମାଧବି ଆଚାରୀ, ସସ୍ମିତା କୁମାରୀ ସାହୁ, ଅଶୋକ କୁମାର ପଟ୍ଟନାୟକ, ମୋନାଲିସା ସ୍ବାଇଁ, କେ କମଳା କୁମାରୀ ଆଚାରୀ, ଖୋଜନୀ ସ୍ବାଇଁ, ନମିତା ବେହେରା ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କୁ ସହଯୋଗ କରିଥିଲେ l