ମହାନଦୀ ବ୍ରିଜ ଉପରେ ଏକ ଯାତ୍ରୀବାହୀ ବସ୍ ଲଟକି ରହିଛି। ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ଏହି ଯାତ୍ରୀବାହୀ ବସଟି ଜାତମୁଣ୍ଡିଆ ବ୍ରିଜର ବ୍ୟାରିକେଡକୁ ଧକ୍କା ଦେବା ଫଳରେ ବସଟି ପୋଲ ତଳକୁ ଓହଳି ରହିଛି । ଗାଡିଟି ବ୍ରିଜର ବ୍ୟାରିକେଟକୁ ବାଡେଇବା ପରେ ଅଧା ଓହଳିବା ଅବସ୍ଥାରେ ଝୁଲି ରହିଛି। ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତେବେ ବସ୍ରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବସରୁ ବାହାର କରାଯାଇଛି।
ସୂଚନା ଅନୁସାରେ , ବାଙ୍କୀ ଜାତମୁଣ୍ଡିଆ ଠାରେ ଥିବା ମହାନଦୀ ବ୍ରିଜ ଉପରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ଥ ହୋଇଛି। ଯାତ୍ରୀବାହୀ ବସ୍ଟି ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣରା ପରେ ବସ୍ଟି ବ୍ରିଜ୍ରେ ଲଟକି ରହିଛି। ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବସରୁ ବାହାର କରାଯାଇଛି। ଗାଡିର କାଚ ଓ ଜରୁରୀ ଦ୍ୱାର ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି। ହେଲେ ଦୁର୍ଘଟଣାର କାରଣ ଜଣାପଡିନାହିଁ। ଡ୍ରାଇଭର ନିଶାସକ୍ତ ଥିଲେ କି ଯାନ୍ତ୍ରିକ ତୃଟିପାଇଁ ଏଭଳି ଦୁର୍ଘଟଣା ଘଟିଛି ତାହା ତଦନ୍ତ କରାଯାଉଛି ।