ଘାଟିକୁ ଓଲଟିପଡ଼ିଲା ବସ୍, ୧୫ରୁ ଅଧିକ ଯାତ୍ରୀ ଆହତ

ଗଜପତି ଜିଲ୍ଲାରେ ଘଟିଛି ଆଉ ଏକ ଦୁର୍ଘଟଣା । ଗୋଟେ ଯାତ୍ରୀବାହୀ ବସ ଓଲଟି ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି ।  ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ, ଆଜି ସକାଳେ  ଲଦିଗୁଡ଼ାରୁ ଗୋଟେ ଯାତ୍ରୀବାହୀ ବସ ୩୩ ଜଣ ଯାତ୍ରୀଙ୍କୁ ନେଇ ମୋହନା ଅଭିମୁଖେ ଯାତ୍ରା କରୁଥିଲା । ଯାତ୍ରା କରୁଥିବା ସମୟରେ ବସଟି ଦୁର୍ଘଟଣାର ସାମ୍ନା କରିଥିଲା । ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଥିଲେ ସେମାନଙ୍କ ମଧ୍ୟରୁ ୭ଜଣ ଅବସ୍ଥା ଗୁରୁତର ବୋଲି ସୂଚନା ମିଳିଛି । 

ଯାତ୍ରୀବାହୀ ବସଟି ଗଜପତି ଜିଲ୍ଲାର ଲଦିଗୁଡ଼ାରୁ ମୋହନା ଅଭିମୁଖେ ଯାତ୍ରା କରୁଥିବା ସମୟରେ ଅଡବା ଥାନା ଅନ୍ତର୍ଗତ ଇନ୍ଦ୍ରପୁର ଘାଟିରେ ବସଟି ଭାରସାମ୍ୟ ହରାଇ ଘାଟିରେ ଓଲଟିପଡିଥିଲା । ଯାହା ଫଳରେ  ୧୫ ଜଣ ଯାତ୍ରୀ ଆହତ ହୋଇଥିଲେ । ସ୍ଥାନୀୟ ଲୋକ ଆହତଙ୍କୁ ଉଦ୍ଧାର କରି ବିରିକୋଟ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସାପରେ ଆହତ ଯାତ୍ରୀମାନଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି  ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହିତ ବସକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି  ।