କମ୍ପୁଟର ସଚେତନ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ଅଧ୍ୟକ୍ଷ

କୋଦଳା: ଶନିବାର ଦିନ କୋଦଳା ସ୍ଥିତ କେନସଫ୍ଟ ଏଜୁକେସନ କମ୍ପୁଟର ଶିକ୍ଷା କେନ୍ଦ୍ର ଏଵଂ ଓକେସିଏଲ ପକ୍ଷରୁ କମ୍ପୁଟର ସଚେତନତା ରଥକୁ ସମ୍ବର୍ଦ୍ଧନା ଦିଆଯାଇଛି | ଉକ୍ତ ଅନୁଷ୍ଠାନର ପରିଚାଳନା ନିର୍ଧେଶକ ଦୀପକ କୁମାର ଖଟେଇ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ କୋଦଳା ଏନଏସି ର ଅଧ୍ୟକ୍ଷ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ ଉପସ୍ଥିତ ରହି ସେହି ସଚେତନତା ରଥ କୁ ସବୁଜ ପତାକା ଦେଖାଇ ରଥ ପରିକ୍ରମା କରାଇବା ସହ ଅନୁଷ୍ଠାନ ର ଉତ୍ତୋରତର ଉନ୍ନତି କାମନା କରିଥିଲେ |

ସୂଚନା ଅନୁଯାୟୀ ଏହି ରଥ କୋଦଳା ସହର ସମେତ ଏହାର ଆଖପାଖ ଅଞ୍ଚଳରେ କମ୍ପୁଟର ଶିକ୍ଷା ଓ ଏହାର ପ୍ରଚାର ପ୍ରସାର କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ କମ୍ପୁଟର ସମ୍ବନ୍ଧିତ ସଚେତନ କରାଇବା ଏହି ପରିକ୍ରମା ର ମୁଖ୍ୟ ଲକ୍ଷ | ଏହି କାର୍ଯ୍ୟକ୍ରମରେ କୋଦଳା ଏନଏସି ଉପାଧ୍ୟକ୍ଷା ରଂଜିତା ସେଠି ଙ୍କ ସମେତ କାଉନସିଲର ମଧୁସୂଦନ ଜେନା ସନମାନିତ ଅତିଥି ଭାବେ ଯୋଗ ଦେଇ ଆଗାମୀ ଦିନରେ ଏହି ଅନୁଷ୍ଠାନ ତରଫରୁ ଛାତ୍ର ଛାତ୍ରୀ ମାନଙ୍କୁ ବିଶ୍ୱ ବିଦ୍ୟାଳୟ ସ୍ୱୀକୃତି ପ୍ରାପ୍ତ ଥିବା ପାଠ୍ୟକ୍ରମ ପ୍ରମାଣପତ୍ର ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ | ଏହା ଛଡା ଏହି ଅନୁଷ୍ଠାନ ଦୀର୍ଘ ଦଶ ବର୍ଷ ହେଲା ଛାତ୍ର ଛାତ୍ରୀ ମାନଙ୍କୁ କମ୍ପୁଟର ପାଠକ୍ରମ ରେ ସେବା ଯୋଗାଇ ଦେଉଥିବାରୁ ସମସ୍ତ ଅତିଥି ଖୁସି ବ୍ୟକ୍ତ କରିଥିଲେ |

ରିପୋର୍ଟ :ଦେବାଶିଷ ମହାରଣା