ବାଣୀବିହାର ପରିସରରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଭୁବନେଶ୍ୱର: ସ୍ଥାନୀୟ ବାଣୀବିହାର କ୍ୟାମ୍ପସର ଜଗନ୍ନାଥ ମନ୍ଦିର ପଛପଟୁ ଯୁବକଙ୍କ ଝୁଲନ୍ତା ମୃତଦେହ କରାଯାଇଛି । ମୃତକ ଜଣକ ହେଉଛନ୍ତି ୨୧ ବର୍ଷୀୟ ଉତମ ନାୟକ । ତାଙ୍କ ଘର ପିପିଲି ଦାଣ୍ଡମୁକୁନ୍ଦପୁର ବୋଲି ଜଣାପଡିଛି । ଉତ୍ତମ ନିଜ ପରିବାର ସହ ବାଣୀବିହାର କ୍ୟାମ୍ପସରେ ରହୁଥିବା ବେଳେ ଦିନ ମଜୁରିଆ ଭାବେ କାମ କରୁଥିଲେ । ସକାଳୁ ସକାଳୁ ତାଙ୍କର କିଭଳି ମୃତ୍ୟୁ ହେଲା ସେ ନେଇ କାହାକୁ ଜଣାନଥିବା କହିଛନ୍ତି ପରିବାର ଲୋକେ । ପୁଅକୁ କେହି ହତ୍ୟା କରି ଟାଙ୍ଗି ଦେଇଥିବା ଆଣିଛନ୍ତି ଅଭିଯୋଗ । ଘଟଣା ସ୍ଥଳରେ ସହିଦନଗର ପୁଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ଏହା ଆତ୍ମହତ୍ୟା ନା ତାଙ୍କୁ ହତ୍ୟା କରାଯାଇଛି କାରଣ ଅସ୍ପଷ୍ଟ ରହିଛି ।