ଜଗନ୍ନାଥପ୍ରସାଦ- ୧୭/୦୫ ଜଗନ୍ନାଥପ୍ରସାଦ ତହସିଲ ଅନ୍ତର୍ଗତ ପ୍ରତାପୁର ରାଜସ୍ୱ ସର୍କଲ ର କଲ୍ୟାଣପୁର ଗ୍ରାମ କୁ ରାଜସ୍ୱ ଗ୍ରାମ କରିବାପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଆସିଥିଲା । ଏହି ଖବର ରାଜସ୍ୱ ଅଧିକାରୀଙ୍କ ଠାରୁ ଶୁଣିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା ହେଲେ ସୀମା ନିର୍ଧାରଣ ପାଇଁ ନିଆଯାଇଥିବା ପ୍ରସ୍ତାବକୁ କଲ୍ୟାଣପୁର ବାସୀ ନାପସନ୍ଦ କରିବା ସହ ଏଥିରେ ପରିବର୍ତ୍ତନ ଆଣିବା ପାଇଁ ଜଗନ୍ନାଥପ୍ରସାଦ ତହସିଲଦାର ଙ୍କୁ ଲିଖିତ ଭାବେ ନିବେଦନ କରିଥିଲେ । ଦୀର୍ଘ ବର୍ଷ ହେଲା ପ୍ରତାପୁର ରାଜସ୍ୱ ଗ୍ରାମର କଲ୍ୟାଣପୁର ଏକ ପଡା ଗ୍ରାମଭାବେ ରହିଛି । ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ହେଉଥିବା ବେଳେ ସରକାର ଙ୍କ ରାଜସ୍ୱ ଗ୍ରାମ ଘୋଷଣା ନିଷ୍ପତ୍ତି କୁ ସବୁଠି ସ୍ୱାଗତ କରାଯାଇଛି ।
ହେଲେ ମୁଖ୍ୟ ରାସ୍ତାର ଦୁଇ କଡ଼ରେ ଗଢିଉଥିବା ଏହି ଗ୍ରାମକୁ ଗୋଟିଏ ପାଖ ପ୍ରତାପୁର ଓ ଅନ୍ୟ ପାଖଟିକୁ କଲ୍ୟାଣପୁର କରିବା ନିଷ୍ପତି ଶୁଣିବା ପରେ ଗାଁ ରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହା ଦ୍ୱାରା ଗାଁର ଏକତା ଭଙ୍ଗ ହେବା ସହ ସମସ୍ୟା ସୃଷ୍ଟି ହେବ ବୋଲି ଗ୍ରାମବାସୀ ଅନୁମାନ କରି ଏଭଳି ନିଷ୍ପତି କୁ ନାପସନ୍ଦ କରି ଏହାକୁ ପରିବର୍ତ୍ତନ କରିବା ପାଇଁ ତହସିଲଦାର ଙ୍କୁ ଲିଖିତ ଜଣାଇଥିଲେ । ଏଥି ମଧ୍ୟରେ ପାଞ୍ଚ ମାସ ବିତିଯିବା ପରେ ମଧ୍ୟ ପ୍ରଶାସନ ଠାରୁ କୌଣସି ସଂକେତ ନପାଇବାରୁ ପୁଣି ଗ୍ରାମବାସୀଙ୍କ ପକ୍ଷରୁ ଜିଲାପାଳ ଙ୍କ ଅଭିଯୋଗ ଶୁଣାଣୀରେ କଲ୍ୟାଣପୁର ଗ୍ରାମକୁ ରାଜସ୍ୱ ଗ୍ରାମ କରିବା ପାଇଁ ଦାବି ଜଣାଇଥିଲେ ଏଥିରେ ଗ୍ରାମର ଧବଳେଶ୍ବର ସାହୁ, ନାରାୟଣ ସ୍ୱାଇଁ, ଝୁରିଆ ନାଇକ, ଇନ୍ଦ୍ରମଣି ଗୌଡ଼ ଓ ଆଇନଜୀବୀ ସମୀର ନାୟକ ଉପସ୍ଥିତରେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟଙ୍କ ଜରିଆରେ ଜିଲ୍ଲାପାଳ ଙ୍କ ଉଧେସ୍ୟରେ ଦାବି ପତ୍ର ଟି ପ୍ରଦାନ କରାଯାଇଛି ।
ରିପୋର୍ଟ – ଜଗନ୍ନାଥ ସାହୁ