ବ୍ରିଜ ତଳକୁ ଖସିଲା ଟ୍ରକ, ଡ୍ରାଇଭର ଓ ହେଲପର ଆହତ

ଅର୍ଦ୍ଧ ନିର୍ମିତ ବ୍ରିଜ ତଳକୁ ଖସିଲା ଟ୍ରକ୍। ଢେଙ୍କାନାଳ ଗୁଣ୍ଡିଚାପଡ଼ା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଟ୍ରକଟି ବ୍ରିଜ ତଳକୁ ଝୁଲି ରହିଥିବା ବେଳେ ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି। ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ସରୁନଥିବାରୁ ବାରମ୍ବାର ଏପରି ଦୁର୍ଘଟଣା ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ , ଢେଙ୍କାନାଳ ଗୁଣ୍ଡିଚାପଡ଼ା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥରେ ବ୍ରିଜ ତଳକୁ ଖସିଲା ଟ୍ରକ। ଗତକାଲି ବିଳମ୍ବିତ ରାତିରେ ରାସ୍ତାରେ ଯାଉଥିବା ବେଳେ ଟ୍ରକଟି ଅର୍ଦ୍ଧ ନିର୍ମିତ ବ୍ରିଜ ତଳକୁ ଖସିପଡିଥିଲା। ଟ୍ରକଟି ବ୍ରିଜ ତଳକୁ ଖସିପଡ଼ିବାରୁ   ଡ୍ରାଇଭର ଓ ହେଲପର ୨ ଜଣ ଆହତ ହୋଇଛନ୍ତି। ଉଭୟଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତ କିଛି ଦିନ ପୂର୍ବରୁ ଏହି ସ୍ଥାନରେ ଏକ ଟୁରିଷ୍ଟ ବସ୍ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ସରୁନଥିବାରୁ ବାରମ୍ବାର ଏପରି ଦୁର୍ଘଟଣା ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବାରମ୍ବାର ଏହିପରି ଦୁର୍ଘଟଣା ହେବାରୁ ସ୍ଥାନୀୟ ବାସିନ୍ଦା ମଧ୍ୟ ସେହି ରାସ୍ତାରେ ଯିବା ଆସିବା କରିବା ପାଇଁ ଭୟଭୀତ ହେଉଛନ୍ତି।