ବାଣପୁର,30/09: ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଗତକାଲି ମଧ୍ୟାହ୍ନ ରେ ରାସ୍ତା ପ୍ରବଳ ଜାମ ଥିବା ବେଳେ ଜଣେ ବୃଦ୍ଧ ନିଜ ଘରକୁ ଫେରୁଥିଲେ lତେବେ ଅସାବଧାନତା ବଶତଃ ବୃଦ୍ଧ ଙ୍କ ଗୋଡ଼ରେ ଟ୍ରକର ପଛଚକ ଚଢ଼ିଯାଇ ଥିଲା । ବୃଦ୍ଧ ଜଣଙ୍କ ହେଲେ ବାଣପୁର ଥାନା ଅଂଚଳ ମଙ୍ଗରାଜ ପୁର ଗ୍ରାମର ସୁରେନ୍ଦ୍ର ପ୍ରଧାନ । ଦୁର୍ଘଟଣା ର ଶିକାର ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା କଡରେ ପଡ଼ି ରହି ଛଟପଟ ହେଉଥିବା ବେଳେ ତାଙ୍କ ପାଖକୁ କେହିବି ଆସି ନଥିବା ଦେଖିବାକୁ ମିଳିଥିଲା ।
ଏପରି ସ୍ଥଳେ ସେହି ଦୁର୍ଘଟଣାଗ୍ରସ୍ଥ ରାସ୍ତା ଦେଇ ବାଣପୁର ବିଜ୍ଞାପିତ ଅଞ୍ଚଳ ୯ନମ୍ବର ୱାର୍ଡର କାଉନ୍ ସିଲର ସମିମୁଦ୍ଦିନ ଖାଁ ଯାଉଥିବା ବେଳେ ଵୃଦ୍ଧାଙ୍କ ଏପରି ମୁର୍ମୁଷୁ ଅବସ୍ଥା ଦେଖି ପୋଲିସକୁ ଖବର ଦେଇଥିଲେ l ଖବର ପାଇ ବୃଦ୍ଧ ଙ୍କ ଚିକିତ୍ସା ପାଇଁ ବାଣପୁର ଥାନା ଅଧିକାରୀ ରମେଶ କୁମାର ଦେବତା ଙ୍କ ସାହାର୍ଯ୍ୟରେ ବାଣପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା ଏବଂ ପରିବାରକୁ ଦୁର୍ଘଟଣା ସମ୍ପର୍କରେ ଖବର ଦେଇଥିଲେ । ସୁରେନ୍ଦ୍ର ପ୍ରଧାନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର କୁ ସ୍ଥାନାନ୍ତରୀତ କରାଯାଇଛି। ଘଟଣା ସ୍ଥଳରେ ବାଣପୁର ପୋଲିସ ପହଞ୍ଚି ତଦନ୍ତ ଜାରୀ ରଖିଥିଲା l