ଗମ୍ଭାରୀମୁଣ୍ଡା ଗାନ୍ଧୀ କୁଟୀର ସ୍ବେଚ୍ଛାସେଵୀ ସଂଗଠନ ପକ୍ଷରୁ ମହାନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ

ବାଣପୁର,03/10:ମହା ନାୟକଙ୍କ ଜୟନ୍ତୀ ଅବସରରେ ଗାନ୍ଧୀ କୁଟୀର ସ୍ଵେଛାସେବୀ ସଂଗଠନ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି l ଏ ପରିପ୍ରେକ୍ଷୀରେ ଗମ୍ଭାରୀମୁଣ୍ଡା ବଜାର ଚାନ୍ଦିନୀ ମଣ୍ଡପ ଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା l ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ପ୍ରଦୀପ କୁମାର ସ୍ୱାଇଁ ସର୍ବ ପ୍ରଥମେ ଗାନ୍ଧିଜୀ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ l ଅହିଂସା ଓ ସତ୍ୟର ପୂଜାରୀ ମହାତ୍ମାଗାନ୍ଧୀ ଙ୍କ ସମ୍ପର୍କ ରେ ଉପସ୍ଥିତ ବୁଦ୍ଧିଜୀବୀ ମାନେ ମତ ରଖିଥିଲେ l ଯାହାକି ଅହିଂସା କୁ ଅସ୍ତ୍ର କରି ବ୍ରିଟିଶ ଶାସନ ବିରୋଧରେ ଲଢ଼ିଥିଲେ ଜାତିର ଜନକ l ପ୍ରତିଟି ଭାରତୀୟଙ୍କ ମନରେ ଜାଗରଣ କରିଥିଲେ ବିପ୍ଳବ ର ବହ୍ନି l ବରିଷ୍ଟ ଶିକ୍ଷାବିତ ଗୋଲଖ ବିହାରୀ ପଟନାୟକ, ଗମ୍ଭାରୀମୁଣ୍ଡା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଚିନ୍ମୟ ପଟନାୟକ, ଅଜିତ ସମାନ୍ତସିଂହାର, ପୁର୍ଣ ଚନ୍ଦ୍ର ସାହୁ, ଦିତ୍ୟ ପ୍ରତାପ ନାୟକ, ସୁଶାନ୍ତ ସ୍ୱାଇଁ, ସୁକାନ୍ତ ସାମନ୍ତରାୟ, ଯଦୁ ମୁଦୁଲି, ପପୁ ସେଠି, ଟୁକୁ ପ୍ରଧାନ ପ୍ରମୁଖ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ବିଶେଷ ଉପସ୍ଥିତ ଥିଲେ I