ଚୋରା ମଦ ଚାଲାଣ ବେଳେ ତିନି ଗିରଫ

କୋଦଳା :ଚୋରା ମଦ ଚାଲାଣ ଅଭିଯୋଗରେ କୋଦଳା ଗୋଲା ସାହିରୁ 3 ଜଣ ଅଭିଯୁକ୍ତ କୁ ଗିରଫ କରିଛି କୋଦଳା ପୋଲିସ | ଦିଗୀ ରାସ୍ତାରେ ଚୋରା ମଦ ଚାଲାଣ ହେଉଥିବା ଖବର ପାଇଁ ଚଢ଼ାଉ କରିବା ସହ ଚୋରା ମଦ ଜବତ କରିଥିଲା ପୋଲିସ | ସେହି ଘଟଣାରେ ଡ୍ରାଇଭର ଫେରାର ହୋଇଥିଲା ବେଳେ ସେହି ତଦନ୍ତ ଆଧାରରେ ଗୋଲା ସାହିରେ ଚଢ଼ାଉ କରିଥିଲା | ଚଢ଼ାଉ ବେଳେ 3 ଜଣଙ୍କୁ ଗିରଫ କରିଛି କୋଦଳା ପୋଲିସ | ଅଭିଯୁକ୍ତ ମାନେ ହେଲେ ଅଜୟ ମୁନି ଏବଂ ନିଲୁ ମୁନି ଘଟଣା ସ୍ଥଳରେ ଫେରାର ଥିବା ଅଟୋ ଡ୍ରାଇଭର କୁ ମଧ୍ୟ ଗିରଫ କରିଥିବାର ସୂଚନା ମିଳିଛି | 3ଅଭିଯୁକ୍ତ ଙ୍କୁ 214/2023 ଦଫାରେ ପ୍ରଥମେ କୋର୍ଟ ଚାଲାଣ କରିବା ପରେ ଡାକ୍ତରୀ ମଇନା କରି କୋଦଳା ଉପକାରାଗାରକୁ ପଠେଇ ଥିବା ସୂଚନା ମିଳିଛି |


ରିପୋର୍ଟ :ଦେବାଶିଷ ମହାରଣା