ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଗାଡି ଉପରକୁ ଅଣ୍ଡା ମାଡ଼

ବାଣପୁର,29/09: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁଙ୍କ ଉପରକୁ ଅଣ୍ଡା ମାଡ଼ ହୋଇଛି l ସୂଚନା ଅନୁଯାୟୀ ବାଣପୁର ବିସରପାଟଣା ଛକରେ ଚା’ ଖଟି କରୁଥିବା ସମୟରେ ବିରୋଧୀଙ୍କ ଅଣ୍ଡା ମାଡ଼ର ଶିକାର ହୋଇଥିବା ସୂଚନା ମିଳିଛି l ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଛି l ତେବେ ଘଟଣା ସ୍ଥଳରେ ଦୁଇଗୋଷ୍ଠୀ ମଧ୍ୟରେ ଧସ୍ତା ଧସ୍ତି ହେବାସହ ଉତେଜନା ପୂର୍ଣ୍ଣ ପରିସ୍ଥିତି ଲାଗି ରହିଥିଲା l ଏହାକୁ ନେଇ ବାଣପୁର ଥାନାରେ ଉଭୟ ପକ୍ଷରୁ ପକ୍ଷରୁ ମାମଲା ରୁଜୁ କରାଯାଇ ଥିବା ଜଣା ପଡିଛି l ଆଗକୁ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଚିଲିକା ନିର୍ବାଚନ ମଣ୍ଡଳୀ ରେ ଏବେ ଠାରୁ ଆରମ୍ଭ ହେଲାଣି ମହାଭାରତ l ତେବେ ଦେଖାଯାଉ ଆଗକୁ ଏହା କି ରୂପ ନେଉଛି ତାହା ସମୟକୁ ଅପେକ୍ଷା କରିଛନ୍ତି ଜନ ସାଧାରଣ l