ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଚର, ୨ମୃତ, ୧୨ ଆହତ

ବ୍ରହ୍ମପୁର : ଟ୍ରାକ୍ଟର ଓଲଟି ଦୁଇ ମୃତ, ଦୁଇ ଗୁରୁତର । ତେବେ ଏହି ଦୁର୍ଘଟଣାରେ ୧୩ ଜଣ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତାଳଗୁରାନ୍ଥି ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକମାନେ ହେଲେ ଡେରା ଶବର ଓ ଜଗନ୍ନାଥ ଶବର ।

ସୂଚନା ଥାଉକି, ବିଜେପିର ଚିକିଟି ବ୍ଲକ ଘେରାଉ କାର୍ଯ୍ୟକ୍ରମକୁ ଟ୍ରାକ୍ଟର ଯୋଗେ ଆସୁଥିଲେ ଲୋକେ । ଏତିକିବେଳେ ରାସ୍ତାରେ ଭାରସାମ୍ୟ ହରାଇ ପାହାଡ ତଳକୁ ଖସିପଡିଥିଲା ଟ୍ରାକ୍ଟର । ଫଳରେ ଦୁଇଜଣଙ୍କ ଘଟମାସ୍ଥଳରେ ମୃତ୍ୟୁ ହେବା ସହ ଦୁଇ ଜଣ ଗୁରୁତର ହୋଇଥିଲେ । ଏହାସହ ଅନେକ ବି ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ କାଞ୍ଚିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।