କାରକୁ ଧକ୍କା ଦେଇ ଓଲଟି ପଡ଼ିଲି କୁଣ୍ଡା ବୋଝେଇ ଟ୍ରକ, ୪ ଗୁରୁତର

କୋରାପୁଟରେ କାରକୁ ଧକ୍କା ଦେଇ ଓଲଟି ପଡ଼ିଲା କୁଣ୍ଡା ବୋଝେଇ ଟ୍ରକ। ଦୁର୍ଘଟଣାରେ କାରରେ ଥିବା ଚାରିଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ଘଟିଛି କୋରାପୁଟ ସହର ମଧ୍ୟ ଦେଇ ଯାଇଥିବା ୨୬ ନଂ ଜାତୀୟ ରାଜପଥରେ ।  ସାମ୍ନାରେ ଯାଉଥିବା ଏକ କାରକୁ ଧକ୍କା ଦେଇ ଭାରସାମ୍ୟ ହରାଇ ଓଲଟି ପଡିଛି କୁଣ୍ଡା ବୋଝେଇ ଟ୍ରକ। କୋରାପୁଟ ଟାଉନ ଥାନା ପୋଲିସ ‌ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହାତଙ୍କୁ ମେଡିକାଲକୁ ସ୍ଥାନାନ୍ତର କରିଛି ।

ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଥିବାବେଳେ ଟ୍ରକ୍ ଡ୍ରାଇଭର ଫେରାର ଥିବା ଜଣାପଡିଛି । ସୂଚନା ଅନୁସାରେ ଟ୍ରକ୍ ଡ୍ରାଇଭର ଦୁର୍ଘଟଣା ପରେ ହିଁ ଫେରାର ହୋଇଯାଇଛି । ତେବେ ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ଟ୍ରକ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବାରୁ ଦୁର୍ଘଟଣା ଘଟିଛି ।