ଯୁବ ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟ ଘଟଣାରେ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

ଆସିକା,୧୬/୫- ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଭାଲିଆପଲ୍ଲୀ ଠାରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଗତ ୧୩.୫.୨୦୨୩ ତାରିଖ ଦିନ ପ୍ରାୟ୧୦ ଟା ବେଳେ ମୁକ୍ତାମାଳଦେଇପୁର ଶାସନ ଗାଁର ସୁକଦେବ ଜେନା ରାସନ ଦୋକାନ ବନ୍ଦ କରି ସାଇକେଲ ଯୋଗେ ନିଜ ଘରକୁ ଫେରିବା ବେଳେ ଭାଲିଆପଲ୍ଲୀ ଠାରେ ଦୁଇ ଜଣ ଅଭିଯୁକ୍ତ ମୋଟର ସାଇକେଲରେ ଆସି ତାଙ୍କ ଠାରୁ ପ୍ରାୟ ଏକ ଲକ୍ଷ ଟଙ୍କା ଛଡାଇ ନେଇଥିଲେ । ଏନେଇ ସୁକଦେବ ଜେନା ଧରାକୋଟ ଥାନାରେ ଲିଖିତ ଅଭିଯୋଗ କରି ଅଭିଯୋଗ କରିଥିଲେ ।

ଏହି ଅଭିଯୋଗକୁ ଭିତିକରି ଧରାକୋଟ ପୋଲିସ ତଦନ୍ତ କାର୍ଯ୍ୟ ଆରମ୍ଭ କରି ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଥିଲା । ଗିରଫ ଦୁଇ ଜଣ ଦିପକ କୁମାର ଦାଶ,ଅଜିତ କୁମାର ବିଷୋୟୀ ବୋଲି ସୂଚନା ରହିଛି । ଘଟଣା ସ୍ଥଳରୁ ସେମାନଙ୍କ ନିକଟରୁ ଗୋଟିଏ ମୋଟର ସାଇକେଲ,ନଗଦ ୧୦ ହଜାର ଟଙ୍କା ପୋଲିସ ଜବତ କରିଥିଲା । ଏନେଇ ଥାନା କେସ ନମ୍ବର-୪୪/୨୩,ଦଫା ୩୯୨ ଆଇପିସିରେ ମାମାଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ପଠାଇଥିବା ଜଣାଯାଇଛି ।

ରିପୋର୍ଟ- ଜଗନ୍ନାଥ ସାହୁ