ପାଣି ଗାତରେ ପଡ଼ି ୨ ଶିଶୁ କନ୍ୟାଙ୍କର ମୃତ୍ୟୁ

ଚିତ୍ରକୋଣ୍ତା: ପାଣି ଗାତରେ ପଡ଼ି ୨ ଶିଶୁ କନ୍ୟାଙ୍କର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଚିତ୍ରକୋଣ୍ତା ପଞ୍ଚାୟତ ଢେପ ସାହିରେ । ଦୁଇ ଶିଶୁ କନ୍ୟା ଖେଳୁଥିବା ସମୟରେ ପାଣି ଭର୍ତି ଥିବା ଏକ ଗାତରେ ପଡିଯାଇଥିଲେ । ସ୍ଥାନୀୟ ଲୋକ ତୁରନ୍ତ ଦୁଇ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ ହେଲେ ସେଠାରେ ଡାକ୍ତର ସେଠି ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁସାରେ, ମୃତ ଦୁଇ ଶିଶୁକନ୍ୟା ହେଲେ ଚିତ୍ରକୋଣ୍ତା ଥାନା ଅନ୍ତର୍ଗତ ଢେପ ସାହିର ୪ ବର୍ଷର ସୁଭଦ୍ରା କୁମାର, ଏବଂ ୩ ବର୍ଷିୟ ସୁମୀ ଜାନମ । ସୂଚନା ଅନୁସାରେ, ରାସ୍ତା କାମ ପାଇଁ ଠିକାଦାର ମାନେ ଗାତ କରି ପାଣି ରଖୁଥିଲେ ହେଲେ ରାସ୍ତା କାମ ସରିବା ପରେ ମଧ୍ୟ ସେ ଗାତଟିକୁ ଖୋଲା ଛାଡି ଦେଇ ଚାଲିଯାଇଥିଲେ । ଯେଉଁଥି ପାଇଁ ଏପରି ଦୁର୍ଘଟଣା ଘଟିଛି ବୋଲି କହିଛନ୍ତି ଗ୍ରାମବାସୀ ।