ବାଣପୁର,28/09: ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ସାହାସ ପୁର ଗ୍ରାମର ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ଗଙ୍ଗାଧର ପରିଡା ଏବଂ ତା ସହଯୋଗୀ କାଳିଆ ଓରଫ ଦିବ୍ୟସିଂ ରାଉତ କୁ ଗିରଫ କରିଛି ବାଣପୁର ଥାନା ପୋଲିସ l ଗଙ୍ଗାଧର ଏବଂ କାଳିଆ ଯାହାକି ହତ୍ୟା, ହତ୍ୟା ଉଦ୍ୟମ, ବୋମା ବିସ୍ପୋରଣ, ଗୁଳି ଚଳେଇବା,ବେଆଇନ ମଦ ବ୍ୟବସାୟ ଆଦି ଅନେକ ଅପରାଧିକ ମାମଲା ରେ ଜଡିତ ଥିଲେ l
ତେବେ ସୂଚନା ମୁତାବକ ବାଣପୁର କୋର୍ଟ ରୁ ଗଙ୍ଗାଧର ପରିଡା ଏବଂ କାଳିଆ ବିରୋଧରେ ଅନେକ ଜାମିନି ବିହୀନ ଗିରଫ ପରୱାନା ଜାରୀ ହୋଇଥିଲା l ଏ ନେଇ ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ଥିବା ବେଳେ ବାଣପୁର ଥାନା ପୋଲିସ ଗଙ୍ଗାଧର ପରିଡା ଏବଂ ତା ସହଯୋଗୀ କାଳିଆ କୁ ଗିରଫ କରିବାରେ ସଫଳ ହୋଇଛି l ତେବେ ଗତ କାଲି ଦୁଇ ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ବାଣପୁର ଥାନା ଅଧିକାରୀ ରମେଶ କୁମାର ଦେବତା l