ମାଲବାହୀ ଟ୍ରେନ ଓ ଯାତ୍ରୀବାହୀ ଟ୍ରେନ୍ ଧକ୍କା: ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ

ଦୁଇଟି ଟ୍ରେନ ମଧ୍ୟରେ ହୋଇଛି ଭୟଙ୍କର ଦୁର୍ଘଟଣା। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତ ହୋଖଇଥିବା ୧୦୦ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଦୁର୍ଘଟଣା ପରେ ଲାଇନଚ୍ୟୁତ ସହ ଛିନଛତ୍ର ହୋଇ ଯାଇଥିବା ବଗି ମଧ୍ୟରେ ଅନେକ ଲୋକ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଚାଲିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି।

ସୂଚନା ଅନୁଯାଇ ,ବାଂଲାଦେଶର ପୂର୍ବପ୍ରାନ୍ତ ଭୈରବ ସହରରେ ଏପରି ଭୟଙ୍କର ଘଟଣା ଘଟିଛି। ଏଠାରେ ଗୋଟିଏ ମାଲ ଗାଡ଼ି ସାମ୍ନା ପଟୁ ଆସୁଥିବା ଯାତ୍ରୀବାହୀ ଟ୍ରେନକୁ ଧକ୍କା ଦେଇଛି। ଏଥିଯୋଗୁ ଯାତ୍ରୀବାହୀ ଟ୍ରେନର ଏକାଧିକ ବଗି ଲାଇନଚ୍ୟୁତ ହୋଇଯାଇଛି। ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏବେ ଲାଇନଚ୍ୟୁତ ବଗି ମଧ୍ୟରେ ଫସି ରହିଥିବା ଲୋକଙ୍କୁ ସେମାନେ ଉଦ୍ଧାର କରିବାରେ ଲାଗିଛନ୍ତି। ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି, ଏଯାଏ ଦୁର୍ଘଟଣା ସ୍ଥଳରୁ ୧୫ ଜଣଙ୍କ ମୃତଦେହ ମିଳିଛି। ସେହିପରି ୧୦୦ରୁ ଅଧିକ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକ ଲୋକ ବଗିଗୁଡ଼ିକରେ ଫସି ରହିଛନ୍ତି।