ଆରେଷ୍ଟ ହେଲେ ଉର୍ଫି ଜାଭେଦ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ବିଗ୍ ବସ୍ OTT ଫେମ୍ ଉର୍ଫି ଜାଭେଦ୍ ତାଙ୍କର ହଟ୍-ବୋଲ୍ଡ ପୋଷାକ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ଏବେ ପୁଣି ହେଡଲାଇନରେ ଅଛନ୍ତି ଅଭିନେତ୍ରୀ । ଉର୍ଫିଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଦୁଇଜଣ ମହିଳା କନଷ୍ଟେବଳ ଉର୍ଫିଙ୍କୁ ଗିରଫ କରି ସାଙ୍ଗରେ ନେଇଥିବାର ଦେଖିବା ପାଇଁ ମିଳୁଛି । ଯାହା ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ ।

ଏହି ଭିଡିଓ ଇନଷ୍ଟାଣ୍ଟ ବଲିଉଡ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛି । ଭିଡିଓରେ ଉର୍ଫି ଏକ ରେଷ୍ଟୁରାଣ୍ଟ ଭିତରୁ ବାହାରକୁ ଆସୁଥିବା ଦେଖିବାକୁ ମିଳିଛି। ସେ ବାହାରକୁ ଆସିବା ମାତ୍ରେ ଦୁଇଜଣ ଲେଡି ପୋଲିସ୍ କନଷ୍ଟେବଳ ତାଙ୍କ ସାମ୍ନାକୁ ଆସି ତାଙ୍କ ସହ ଯିବାକୁ କହୁଛନ୍ତି । ଏହା ଶୁଣି ଉର୍ଫି ସେମାନଙ୍କୁ ପଚାରୁଛନ୍ତି ଯେ ସେ କଣ ପାଇଁ ତାଙ୍କ ସହ ଯିବେ । ଏହାର ଉତ୍ତରରେ ଜଣେ ପୋଲିସ୍ କନଷ୍ଟେବଳ କହିଛନ୍ତି ଯେ ତୁମେ ଛୋଟ ପୋଷାକ ପିନ୍ଧି ବୁଲୁଛ, ତେଣୁ ତୁମକୁ ଆମ ସହିତ ଥାନାକୁ ଯିବା ପାଇଁ ପଡିବ । ଉର୍ଫି ଗୋଟିଏ କିମ୍ବା ଦୁଇଟି ପ୍ରଶ୍ନ ପଚାରି ଚୁପ୍ ଚାର୍ ପୋଲିସ ଅଧିକାରୀଙ୍କ ଗାଡ଼ିରେ ଯାଇ ବସିଯାଉଥିର ଦେଖିବା ପାଇଁ ମିଳୁଛି ।

ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବା ପେର ସୋସିଆଲ ମିଡ଼ିଆରେ ୟୁଜର୍ସ ଅନେକ ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି । କିଛି ୟୁଜର୍ସ ଦାବି କରୁଛନ୍ତି ଯେ, ଏହା କେବଳ ପ୍ରଚାର ପ୍ରସାର ପାଇଁ । କିଛି ଲୋକ ଏହାକୁ ନକଲି ଏବଂ ସ୍କ୍ରିପ୍ଟିଂ ବୋଲି କହୁଛନ୍ତି ।ଆଉ ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି ଏବଂ ଲେଖିଛନ୍ତି – ‘ବର୍ତ୍ତମାନ ପୋଲିସ୍ ମଧ୍ୟ ରିଲ୍ ତିଆରି କରିବା ଆରମ୍ଭ କରିବା ଉଚିତ୍’ । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଡ୍ରାମା କମ୍ପାନୀ’। ଉର୍ଫିଙ୍କର ଏହି ଏବେ ଟ୍ରେଣ୍ତରେ ରହିଛି ।