ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ସଞ୍ଜୟଙ୍କ ଘର, ଅଫିସ୍ ସମେତ ମୋଟ ୭ଟି ସ୍ଥାନରେ ଆଜି ଚଢ଼ାଉ ଜାରିରହିଛି। ଭୁବନେଶ୍ୱରର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାରେ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ କରାଯାଇଛି। ସଞ୍ଜୟଙ୍କର ଭୁବନେଶ୍ୱରରେ ଏକ ଫ୍ଲାଟ୍ ଥିବାବେଳେ ପଟିଆ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ତାଙ୍କର ୨ପ୍ଲଟ୍ ରହିଛି। ସେହିପରି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଫିସ ଓ ଭଡା ଘରେ ରେଡ୍ ଚାଲିଛି।ଏହାସହ ସଞ୍ଜୟଙ୍କ ମୟୂରଭଞ୍ଜ ଥିବା ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଥିବା ଜଣାପଡ଼ିଛି। ଭିଜିଲାନ୍ସ ବିଭାଗର ୭ଜଣ ଡିଏସ୍ସି ଓ ୧୨ ଜଣ ଅଫିସର ଏହି ଚଢ଼ାଉରେ ସାମିଲ ଅଛନ୍ତି । ଚଢ଼ାଉ ବେଳେ ଭିଜିଲାନ୍ସ ଭୁବନେଶ୍ୱର ସ୍ଥିତ ଘରୁ ଓ ଭଞ୍ଜନଗରରେ ଥିବା କାର୍ଯ୍ୟାଳୟରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି।