ଆସିକା 30/09- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଆସିକାରେ ପ୍ରଥମଥର ପାଇଁ ମୋଟର ଯାନ ଯାଞ୍ଚ ପକ୍ରିୟା ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି l ଆଜି ଭଞ୍ଜନଗର ଏମଭିଆଇ ଭାଗିରଥି ନାୟକ ଆସିକା କଲେଜ ଛକ ପଡିଆରେ ପହଂଚି ଗାଡି ଗୁଡିକ ଯାଞ୍ଚ କରିଥିଲେ l ପୂର୍ବ ନିର୍ଦ୍ଧାରିତ ଅନଲାଇନରେ ଆବେଦନ କରି ସ୍ଲଟ ବୂକିଙ୍ଗ ମାଧ୍ୟମରେ ଆସିଥିବା ସମସ୍ତ ଗାଡି ର ଯାଞ୍ଚ ହୋଇଥିଲା l ମାସକୁ ଅତିକମରେ ଦୁଇ ଥର ଏଭଳି କ୍ୟାମ୍ପ କରିବାକୁ ନିର୍ଦ୍ଦେଶ ରହିଛି ବୋଲି ଅଧିକାରୀ ପ୍ରକାଶ କରିଥିଲେ l ଯଦି ସ୍ଲଟ ବୂକିଙ୍ଗ ଅଧିକ ହୁଏ ତେବେ ଆହୁରି ଅଧିକ ଥର କ୍ୟାମ୍ପ ହେବ ବୋଲି ମୋଟରଯାନ ଯାଞ୍ଚ ଅଧିକାରୀ ପ୍ରକାଶ କରିଛନ୍ତି l ଆସିକାରେ ଏହି ଯାଞ୍ଚ କାର୍ଯ୍ୟକ୍ରମ ହେବା ଦ୍ୱାରା ବହୁ ଗାଡି ମାଲିକ ମାନେ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି l