ବାଲିସିରା ବିଦ୍ୟାଳୟରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ଆସିକା ବ୍ଲକ ବାଲିସିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଛି l ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆସିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ଭଞ୍ଜ ବେହେରାଙ୍କ ଅଧକ୍ଷତାରେ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ସାଗରୀକା ମିଶ୍ର, ଏକ୍ସ ସିଆରସିସି ରାମନାଥ ପଟନାୟକ, ଜନ ସ୍ୱାସ୍ଥ୍ୟ ଅଧିକାରୀ କୁବେର ପାତ୍ର, ଶିକ୍ଷୟତ୍ରୀ ଗୀତାଞ୍ଜଳି ପାତ୍ର, ପ୍ରେମଲତା ବେହେରା, ସୂର୍ଯ୍ୟମଣି ସାହୁ, ପ୍ରମୁଖ ଉପସ୍ଥିତ ରହିଥିଲେ l

ମାନସିକ ରୋଗ ରୁ ଉପସମ ନିମନ୍ତେ ସାମାଜିକ ଓ ପାରିବାରିକ ସହଯୋଗ ଆବଶ୍ୟକ l ମାନସିକ ରୋଗୀ କୁ ବାରମ୍ବାର ପରାମର୍ଶ ପ୍ରଦାନ କରିବା, ନିୟମିତ ଔଷଧ ସେବନ, ମାଗଣା ଔଷଧ ବ୍ୟବସ୍ଥା ସହିତ 14416 ଚବିଶି ଘଣ୍ଟିଆ ଟୋଲ ଫ୍ରି ବ୍ୟବସ୍ଥା ରହିଥିବା କଥା ବ୍ୟକ୍ତା ମାନେ ମତ ରଖିଥିଲେ l ଏଥି ସହିତ ଗ୍ରାମାଞ୍ଚଳ ରେ ମୋବାଇଲ ମେଣ୍ଟାଲ ହେଲଥ ଭ୍ୟାନ ଦ୍ୱାରା ଚିକିତ୍ସାର ବ୍ୟବସ୍ଥା ରହିଛି l ସମୟୋଚିତ ପଦକ୍ଷେପ ଓ ଯତ୍ନ ଦ୍ୱାରା ଅଧିକାଂଶ ମାନସିକ ସ୍ୱାସ୍ଥ୍ୟ ର ସମସ୍ୟା ଦୂର ହୋଇ ପାରିବ ବୋଲି ପିଲା ମାନଙ୍କୁ ସଚେତନତା କରାଇଥିଲେ l