ଆଞ୍ଚଳିକ ମହାବିଦ୍ୟାଳୟରେ ବିଶ୍ଵ ରେଡ଼କ୍ରସ୍ ଦିବସ ପାଳିତ

ଜଗନ୍ନାଥ ପ୍ରସାଦ:- ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡ଼ିଗ୍ରୀ କଲେଜ ଯୁବ ରେଡକ୍ରସ୍ ଶାଖା ମିଳିତ ଆନୁକୂଲ୍ୟରେ ଜଗନ୍ନାଥ ପ୍ରସାଦ କଲେଜ ପରିସରରେ ବିଶ୍ଵ ରେଡ଼କ୍ରସ୍ ଦିବସ ପାଳିତ ହୋଇଯାଇଛି। ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ନୃସିଂହ ଚରଣ ପ୍ରଧାନ ରେଡ଼କ୍ରସ୍ ପତାକା ଉତ୍ତୋଳନ କରି ସ୍ବେଚ୍ଛାସେବୀ ମାନଙ୍କୁ ଶପଥ ପାଠ କରାଇଥିଲେ । ପରେ ପରେ ଏକ ସଚେତନ ସଭା କଲେଜର କନଫରେନ୍ସ ହଲ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନ, ଜାଁ ହେନେରୀ ଦୁନାଣ୍ଟଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ କରି ସଚେତନତା ସଭାରେ ସଭାପତିତ୍ବ କରି କହିଥିଲେ ଯୁବ ସମାଜ ପାଇଁ ସେବାର ମନୋଭାବ ଜାଗ୍ରତ କରିବା ପାଇଁ କଲେଜ ମାନଙ୍କରେ ଯୁବ ରେଡ଼କ୍ରସ୍ ସଂସ୍ଥା ସ୍ଥାପନ କରାଯାଇଛି ।

ପ୍ରାକୃତିକ ବିପର୍ଯ୍ୟୟ, ରଥଯାତ୍ରା, କରୋନା ମହାମାରୀ ବେଳେ ରେଡ଼କ୍ରସ୍ ର ସ୍ବେଚ୍ଛାସେବୀ ମାନେ ଯେଉଁ ମାନବୀୟ କାର୍ଯ୍ୟ କରିଛନ୍ତି ତାହା ପ୍ରଶଂସନୀୟ । ଯୁବ ରେଡକ୍ରସ୍ କାଉନସିଲର ପ୍ରାଧ୍ୟାପକ ଲୋକନାଥ ମହାନ୍ତି ସଭାର ଉଦ୍ଦେଶ୍ୟ, ରେଡକ୍ରସ୍ ର ଇତିହାସ, ଏହାର ସାତଟି ମୌଳିକ ନୀତି ଓ ଚଳିତ ବର୍ଷର ବିଷୟବସ୍ତୁ -“ଆମେ କରୁଥିବା ସମସ୍ତ କାର୍ଯ୍ୟ ହୃଦୟରୁ ଆସିଥାଏ” ଯଦି ଏଇ ହୃଦୟ, ମନ ନ ଚାହିଁବ ଆମେ କେବେ ପରୋପକାର କି ସେବା କରି ପାରିବା ନାହିଁ ଏହି ବିଷୟ ଉପରେ ଆଲୋକପାତ କରିଥିଲେ । ରେଡକ୍ରସ୍ ର ଜଣେ ପୁରାତନ, ଉତ୍ତମ ସ୍ବେଚ୍ଛାସେବୀ ଓ ରକ୍ତ ଦାତା ଭାବେ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ସ୍ବେଚ୍ଛାସେବୀ ଗଦାଧର ପ୍ରଧାନ ଯୋଗ ଦେଇ ଦୀର୍ଘ ୫ ବର୍ଷର ସେବା ଅନୁଭୂତି ପରିପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଶ୍ରୀଯୁକ୍ତ ସୁନିର କାନ୍ତ ମିଶ୍ର, ଡ଼ିଗ୍ରୀ କଲେଜ ଯୁବ ରେଡକ୍ରସ୍ କାଉନସିଲର ଅଧ୍ୟାପକ ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀ, ବିଭୂତି ଭୂଷଣ ପ୍ରଧାନ ଓ ଅଧ୍ୟାପିକା ସୁଶ୍ରୀ ସୁନିତା ବିଷୋୟୀ ଯୋଗ ଦେଇ ସ୍ବେଚ୍ଛାସେବୀ ମାନଙ୍କ ଯୁବ ରେଡକ୍ରସ୍ ପ୍ରତି ଥିବା କର୍ତ୍ତବ୍ୟ ଓ ପ୍ରାକୃତିକ ବିପର୍ଯ୍ୟୟରେ ସମୟରେ ରେଡକ୍ରସ୍ ମାନବୀୟ ସେବା ଓ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କୁ ନିସ୍ଵାର୍ଥାପର ସେବା ଉପରେ ସ୍ବେଚ୍ଛାସେବୀ ମାନଙ୍କୁ ସଚେତନତା କରାଇଥିଲେ । କାର୍ଯ୍ୟକ୍ରମ ଶେଷରେ ଡି.ଈ.ଓ ସରୋଜ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ସ୍ବେଚ୍ଛାସେବୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ଓ କଲେଜ ପରିସର ସଫା କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ଗୋପାଳ ନାୟକ, ଫକୀର ମୋହନ ସେନାପତି, ଆଶିଷ ପାଢ଼ୀ, ଶୁଭମ୍ ମହାନ୍ତି, ରାଜେନ୍ଦ୍ର ନାୟକ, ହରପ୍ରିୟା ପାତ୍ର ଓ କୁନି ସ୍ବେଚ୍ଛାସେବୀ ବ୍ରଜ କିଶୋର ପାତ୍ର ପ୍ରମୁଖ ସହୋଯୋଗ କରିଥିଲେ ।