ବିଜେପି ଛାଡି ବିଜେଡିରେ ଯୋଗଦେଲେ ଅଭିନେତ୍ରୀ ଜିନା ସାମଲ

ଆଜି ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିଲେ ଅଭିନେତ୍ରୀ ଜିନା ସାମଲ । ଶଙ୍ଖଭବନରେ ପହଞ୍ଚି ବିଧିବଦ୍ଧ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା ଜିନା କହିଛନ୍ତି।ଗତ ବର୍ଷ ଜିନା ବିଜେପିରେ ଯୋଗ ଦେଇଥିଲେ। ଏପରିକି ଏଥର ସେ ଭୋଗରାଇ ଆସନରୁ ଟିକେଟ୍‌ ଆଶାୟୀ ଥିଲେ । କିନ୍ତୁ ଗତକାଲି ଭୋଗରାଇ ଆସନରୁ ଆଶିଷ ପାତ୍ରଙ୍କୁ ପ୍ରାର୍ଥୀ କରିଥିଲା ଦଳ।

Back to top button