ବାଇକ ଆରୋହୀଙ୍କ ଉପରେ ଚଢିଗଲା ଟ୍ରକ, ୩ ମୃତ

ଆଜି ସକାଳୁ ଅନୁଗୁଳ ଜିଲ୍ଲା ଏନ୍‌ଏଚ୍ ୫୫ ପଂଚମମହଲା ନିକଟରେ ଏକ ବଡ ଅଘଟଣ ଦେଖିବାକୁ ମିଳିଛି । ଟ୍ରକ ଧକ୍କାରେ ୩ ଜଣ ବାଇକ ଆରୋହୀଙ୍କ ଜୀବନ ଚାଲିଯାଇଛି । ତେବେ ମୃତକମାନେ ୪୮ ବର୍ଷିୟ କୃପା ଦେହୁରୀ , ୨୧ ବର୍ଷିୟ ରାଜେନ୍ଦ୍ର ପ୍ରଧାନ ଓ ୧୭ ବର୍ଷିୟ ସୁବ୍ରତ ପ୍ରଧାନ ବୋଲି ଜଣାପଡିଛି । ଏବଂ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ଘର ଡେରାଜାଙ୍ଗ ହୋଇଥିବା ବେଳେ ଅନ୍ୟ ଜଣେ ମୂଷା ପାପୁଲି ଗାଁର ବୋଲି ଜଣାପଡିଛି ।

ସୂଚନା ଅନୁସାରେ ୩ ଜଣ ବାଇକ ଆରୋହୀ କୈାଣସି ଏକ କାମରେ ଯାଇଥିଲେ । ଏବଂ ଆଜି ଭୋରରୁ ନିଜ ଘର ଡେରାଜଙ୍ଗ କୁ ଫେରୁଥିଲେ । ଏହି ସମୟରେ ଅନୁଗୁଳର ଏନ୍‌ଏଚ୍ ୫୫ ପଂଚ ମହଲା ନିକଟରେ ଏକ ଟ୍ରକ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ଏବଂ ଗଛରେ ପିଟି ହୋଇଯାଇଥିଲା । ଫଳର ଘଟଣା ସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭର ଫେରାର ହୋଇଥିବା ଜଣାପଡିଛି । ଏବଂ ଏହାକୁ ନେଇ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ପାଇବା ସହ ୫୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଛି । ଏହାସହ ଘଟଣା ସ୍ଥଳରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।

Back to top button