୩୫୦ ଫୁଟ୍ ତଳକୁ ଖସିଲା ସେନା ଟ୍ରକ: ୫ ଯବାନ ସହିଦ୍

 

ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲାର ମଙ୍ଗଳବାର ସନ୍ଧ୍ୟାରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ସେନାର ଏକ ଟ୍ରକ ପୁଞ୍ଛ ଜିଲ୍ଲାର ବଲନୋଇ ଅଞ୍ଚଳରେ ୩୦୦ ଫୁଟ୍ ଗଭୀର ଖାତରେ ଖସି ପଡ଼ିବାରୁ ଅନେକ ଯବାନ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଯବାନମାନଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ୫ ଯବାନଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। White Knight Corps ଏକ୍ସରେ ପୋଷ୍ଟ କରି ଏହାର ସୂଚନା ଦେବା ସହ ଯବାନଙ୍କ ନିଧନରେ ଗଭୀର ଶୋକ ବ୍ୟକ୍ତ କରିଛି। 

ପୋଲିସ ଅଧିକାରୀ କହିଛନ୍ତି, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ୪୦ରେ ୧୧ ମରାଠା ଲାଇଟ୍ ଇନଫ୍ରେଣ୍ଟିର ଏକ ସେନାର ଟ୍ରକ ସେନାକୁ ନେଇ ନୀଲମ ମୁଖ୍ୟାଳୟରୁ ଏଲଓସି ନିକଟ ବଲନୋଇ ଘୋରା ପୋଷ୍ଟ ଅଭିମୁଖେ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ୩୦୦ ଫୁଟ ଗଭୀତ ଖାତକୁ ଖସି ପଡିଛି। ଦୁର୍ଘଟଣାରେ ଅନେକ ସୈନିକ ଗୁରୁତର ଆହତ ହୋଇଛନ୍ତି। ୧୧ ମରାଠା ଲାଇଟ୍ ଇନଫ୍ରେଣ୍ଟିର ଏକ କ୍ୟୁକ୍ ରେସନପନ୍ସ ଟିମ୍ ଓ ମନୋକଟରୁ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ୫ ଯବାନଙ୍କ ମୃତ୍ୟୁ ଘଟିଛି।  

ଏହା ପୂର୍ବରୁ ଜାମ୍ମୁ-କାଶ୍ମୀରରେ ଗତ ମାସ ୪ରେ ଏମିତି ଏକ ଦୁର୍ଘଟଣାରେ ଜମ୍ମୁ-କାଶ୍ମୀରର ରାଜୌରୀ ଜିଲ୍ଲାରେ ଜଣେ ସୈନ୍ୟ କର୍ମୀଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୨୩ ଏପ୍ରିଲ ୨୯ରେ ରାଜୌରୀରେ ସେନାର ଏକ ଆମ୍ବୁଲାନ୍ସ ୨୦୦ ଫୁଟ୍ ଗଭୀର ଖାତକୁ ଖସିବାରୁ ଦୁଇ ଯବାନଙ୍କ ମୃତ୍ୟୁ ଘଟିଥିଲା। ପୁଣି ସେହି ବର୍ଷ ଅଗଷ୍ଟ ୧୯ରେ ସେନାର ଏକ ଗାଡ଼ି ୬୦ ଫୁଟ୍ ଖାଇକୁ ଖସି ପଡ଼ିଥିଲା, ଯେଉଁଥିରେ ୯ ଯବାନଙ୍କ ଦୁଃଖଦ ମୃତ୍ୟୁ ଘଟିଥିଲା।

Share this post with your friends

Prev Post Next Post