ବିଛା ରାଶିର ବାର୍ଷିକ ରାଶିଫଳ: କିପରି କଟିବ ୨୦୨୫, ଜାଣନ୍ତୁ ଏହି ବର୍ଷର ବାର୍ଷିକ ରାଶିଫଳ

 

ନୂଆ ବର୍ଷ ଅର୍ଥାତ୍ ଜୀବନର ନୂଆ ନୂଆ ଯୋଜନା ଓ ସ୍ଵପ୍ନ । ଏହି ନୂଆ ବର୍ଷ ସହିତ ଏକ ଆଶାର ଡୋରୀ ବାନ୍ଧି ହୋଇଥାଏ । ଏହି ଆଶାରୁ ହିଁ ଜିଜ୍ଞାସା ସୃଷ୍ଟି ହୁଏ । ଏହି ନୂଆ ଯୋଜନା ଓ ସ୍ଵପ୍ନକୁ ନେଇ ଅନେକ ପ୍ରକାର ପ୍ରଶ୍ନ ମନରେ ସୃଷ୍ଟି ହୁଏ । ଯେପରିକି କ୍ୟାରିୟର କିପରି ହେବ ? ଶିକ୍ଷା କ୍ଷେତ୍ରରେ କିପରି ହେବ ? ସ୍ୱାସ୍ଥ୍ୟ କିପରି ରହିବ ? ପାରିବାରିକ ଓ ବୈବାହିକ ଜୀବନ କିପରି ରହିବ ? ଏହିପରି ଅନେକ ପ୍ରଶ୍ନ ମନରେ ଆସିଥାଏ । ସମୟ ସବୁବେଳେ ସମାନ ନଥାଏ, କିନ୍ତୁ ସମୟ ପୂର୍ବରୁ ଘଟଣା ଗୁଡିକ ବିଷୟରେ ଜାଣି ପ୍ରତ୍ୟେକ ସମସ୍ୟାକୁ ସାମ୍ନା କରିବାକୁ ସାହସ ଓ ଧର୍ଯ୍ୟ ଏକଜୁଟ କରି ଲଢିବାର କ୍ଷମତାକୁ ବିକସିତ କରିବା ଆବଶ୍ୟକ । ତେବେ ଆସନ୍ତୁ ଏବେ ଜାଣିବା ୨୦୨୫ ମସିହାରେ ବିଛା ରାଶିର ରାଶିଫଳ ଅନୁସାରେ ଜୀବନର ଶୁଭ ଅଶୁଭ ଫଳାଫଳ ବିଷୟରେ ।

ବୈଦିକ ଜ୍ୟୋତିଶାସ୍ତ୍ର ଅନୁସାରେ ରାଶି ଚକ୍ରର ଅଷ୍ଟମ ରାଶି ହେଉଛି ବିଛା ରାଶି ଯାହା ଜଳ ତତ୍ଵର ରାଶି। ଏହି ରାଶି ଉପରେ ସାହସ ଓ ଦୃଢ଼ତାର କାରକ ଗ୍ରହ ମଙ୍ଗଳଙ୍କର ସ୍ଵାମିତ୍ଵ ଅଛି। ବିଛା ରାଶିର ସମ୍ବନ୍ଧ ଗୁଢ଼ ବିଜ୍ଞାନ ସହିତ ମଧ୍ୟ ଅଛି। ବର୍ଷ 2025 ର ପ୍ରଥମ ଭାଗ ଯାହାକି ମାର୍ଚ 2025 ପର୍ଯ୍ୟନ୍ତ ସମୟ ଆପଣଙ୍କୁ ହରହାରି ପରିଣାମ ଦେବ କାରଣ ଶନି ମହାରାଜ ଆପଣଙ୍କର୍ ଚତୁର୍ଥ ଘରେ ରହିବେ। କିନ୍ତୁ 29 ମାର୍ଚ୍ଚ 2025 ରୁ ଶନି ଗ୍ରହ ଗୋଚର କରି ଆପଣଙ୍କର ପଞ୍ଚମ ଘରକୁ ଯିବେ ଓ ତାଙ୍କର ସ୍ଥିତି ସନ୍ତୁଷ୍ଟି ଓ ଉନ୍ନତି ଦୃଷ୍ଟିରୁ ବହୁତ ଭଲ ହେବ। ବିଛା ରାଶି ଲୋକଙ୍କର ଆସନ୍ତା ବର୍ଷ 2025ରେ କ୍ୟାରୀଅର, ଆର୍ଥିକ ଜୀବନ, ପ୍ରେମ ଜୀବନ ଇତ୍ୟାଦି କ୍ଷେତ୍ରରେ ଅନୁକୂଳ ପରିଣାମ ପ୍ରାପ୍ତ ହେବ କାରଣ ଅପ୍ରିଲ 2025 ପର୍ଯ୍ୟନ୍ତ ଗୁରୁ ମହାରାଜଙ୍କର ସପ୍ତମ ଘରେ ସ୍ଥିତି ଶୁଭ କୁହଯାଏ। ଏହି ବର୍ଷର ପ୍ରଥମ ଚାରି ମାସ ଆପଣଙ୍କ ପାଇଁ ଉତ୍ତମ ରହିବ କାରଣ ଗୁରୁ ଦେବ ଆପଣଙ୍କର୍ ସପ୍ତମ ଘରେ ବସିବେ। ଏହି ଅବଧି ଭଲ ମାତ୍ରାରେ ଧନ ଲାଭ କରିବା ପାଇଁ ଫଳଦାୟୀ ରହିବ।

ବିଛା ବାର୍ଷିକ ରାଶିଫଳ କହୁଛି ଯେ ଆସନ୍ତା ବର୍ଷ ଅପ୍ରିଲ ପର୍ଯ୍ୟନ୍ତ ସମୟ ଧନ ବୃଦ୍ଧି କରିବା ପାଇଁ ଭଲ ହେବ। ସାଙ୍ଗରେ ଆପଣ ପଇସା ସଞ୍ଚୟ କରିବାରେ ସକ୍ଷମ ହେବେ। ଯଦି ଆପଣ ବ୍ୟବସାୟ କରୁକହନ୍ତି, ତେବେ ଅପ୍ରିଲ 2025 ପର୍ଯ୍ୟନ୍ତ ସମୟ ଆପଣଙ୍କ ପାଇଁ ଭଲ ରହିବ ଓ ଆପଣ ଭଲ ରିଟର୍ନ ପାଇବେ। ଯେଉଁମାନେ ଏକ ନୂଆ କ୍ଷେତ୍ରରେ ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ଅବଧି ଶ୍ରେଷ୍ଠ ରହିବ। ଏହି ସମୟରେ କରାଯାଇଥିବା ବ୍ୟବସାୟ ଆପଣଙ୍କୁ ଭଲ ଲାଭ ଦେବ।

ଏହି ବିଛା ବାର୍ଷିକ ରାଶିଫଳ 2025 ସାମାନ୍ଯକୃତ ଭବିଷ୍ୟବାଣୀ ଅଟେ, କିନ୍ତୁ କୁଣ୍ଡଳୀ ଉପରେ ଆଧାର କରି ବିଛା ରାଶି ଲୋକଙ୍କୁ ଅଳ୍ପ ପରିଣାମରେ ଭଲ ଫଳ ମିଳିପାରେ।

ସ୍ୱାସ୍ଥ୍ୟ:

ବର୍ଷର ୨ୟାର୍ଦ୍ଧରେ ସ୍ନାୟୁ ଜନିତ ରୋଗରୁ ମୁକ୍ତି ପାଇବେ । ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଆପଣଙ୍କର ବେପରୁଆ ମନୋଭାବ ରହିବ । ଖାଦ୍ୟ ଏବଂ ପାନୀୟ ଉପରେ ଧ୍ୟାନ ରଖନ୍ତୁ । ପେଟ ସମ୍ବନ୍ଧୀୟ କୌଣସି ରୋଗ ଆପଣଙ୍କୁ ଅସୁବିଧାରେ ପକାଇପାରେ । ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ । ଭଲ ଡାଏଟ୍ ରଖି ସ୍ୱାସ୍ଥ୍ୟର ଧ୍ୟାନ ନେଇପାରିବେ । ଆଗରୁ ଭୋଗୁଥିବା ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ପାଇବେ

ବ୍ୟବସାୟ / କର୍ମ:

ବ୍ୟବସାୟ ସହିତ ଜଡ଼ିତ ଲୋକଙ୍କ ପାଇଁ ଭଲ ପରିସ୍ଥିତି ସୃଷ୍ଟି ହୋଇପାରେ । ବ୍ୟବସାୟରେ ଆଶା କରାଯାଉଥିବା ସଫଳତା ପାଇବାର ସମ୍ଭାବନା ରହିଛି । ବ୍ୟବସାୟକୁ ଆଗକୁ ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଆର୍ଥିକ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ । କୃଷି ସମ୍ବନ୍ଧୀୟ କାର୍ଯ୍ୟରେ ଭଲ ଲାଭ ହେବାର ସମ୍ଭାବନା ଅଛି । ବନ୍ଧୁଙ୍କ ସାହାର୍ଯ୍ୟ ଦ୍ୱାରା କଠିନ କାର୍ଯ୍ୟ କରିବେ । ଚାକିରି କ୍ଷେତ୍ରରେ ବୃଦ୍ଧି ବିଦ୍ୟାର ଉତମ ପ୍ରୟୋଗ କରି କାର୍ଯ୍ୟରେ ସଫଳତା ପାଇବେ

ପାରିବାରିକ ଜୀବନ:

ପାରିବାରିକ ଜୀବନ ବିଷୟରେ ବହୁତ ଚିନ୍ତା କରିବେ । ପାରିବାରିକ ଜୀବନ ସୁଖ ଏବଂ ଶାନ୍ତିରେ କଟିବ । ପାରିବାରିକ ଜୀବନରେ କିଛି ଭଲ ଖବର ଶୁଣିବାକୁ ପାଇବେ । ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ । ପାରିବାରିକ ସମସ୍ୟା ବୁଝାବଣା ମଧ୍ୟରେ ସମାଧାନ ହୋଇଯିବ । ଭାତୃ ସଂପର୍କରେ ଉନ୍ନତି ଘଟିବ । ଦମ୍ପତି ମାନଙ୍କର ସନ୍ତାନ ଲାଭର ଯୋଗ ରହିଛି

ବୈବାହିକ ଜୀବନ:

ବିବାହିତ ଜୀବନ ବିଷୟରେ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଦାମ୍ପତ୍ୟ ଜୀବନରେ ପ୍ରେମ ଆସିବ । ପ୍ରେମ ବୃଦ୍ଧି ପାଇବ ଏବଂ ପରସ୍ପର ପ୍ରତି ସମନ୍ୱୟର ଭାବନା ମଧ୍ୟ ରହିବ । ପତି-ପତ୍ନୀମାନେ ପରସ୍ପର କାର୍ଯ୍ୟରେ ସାହାଯ୍ୟ କରିବେ । ପରିବାର ପ୍ରତି ଆପଣଙ୍କର ଦାୟିତ୍ବ ପୂରଣ କରିବାରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବେ । ପ୍ରିୟ ବ୍ୟକ୍ତିଙ୍କ ପାଇଁ ସଠିକ୍ ମାର୍ଗରେ ବହୁତ କିଛି କରିବାକୁ ଚାହିଁବେ । ପ୍ରେମ ସମ୍ପର୍କ ବିବାହରେ ପରିଣତ ହୋଇପାରେ

ଧନ / ସମ୍ପତି:

ପରିବାର ସଦସ୍ୟଙ୍କ ପାରସ୍ପରିକ ସହମତି ସହିତ ଆପଣ ଏକ ଭଲ ଯାନ କିଣି ପାରିବେ । ଆପଣଙ୍କର ଧନ ବୃଦ୍ଧି ପାଇବ । ଆପଣଙ୍କର ପିତୃପୁରୁଷଙ୍କ ଘର ପାଇପାରିବେ । ଦୂର ସ୍ଥାନରେ ନୂତନ ଜମି କ୍ରୟ କରି ଆନନ୍ଦିତ ରହିବେ । ଜମିବାଡି ସମ୍ବନ୍ଧିୟ ସମସ୍ୟାରୁ ମୁକ୍ତି ପାଇବେ । ପିଲାମାନେ ପିତୃ ଧନ ନାଶ କରିବେ । ଘର ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ

ଶିକ୍ଷା / କ୍ୟାରିୟର:

ନିଜ କ୍ୟାରିୟରରେ ଟିକେ ସତର୍କ ରହିବାକୁ ପଡ଼ିବ । ଆପଣଙ୍କର ଅଧ୍ୟୟନରେ ବାଧା ଆସିପାରେ । ଛାତ୍ରଛାତ୍ରୀମାନଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିବ । ଶିକ୍ଷାରେ ଏକାଗ୍ରତା ବୃଦ୍ଧି କରିବାକୁ ଚେଷ୍ଟା କରିବେ । ଶାରୀରିକ ସମସ୍ୟା ଅଧ୍ୟୟନରେ ବାଧା ସୃଷ୍ଟି କରିପାରେ । ଉଚ୍ଚଶିକ୍ଷା ପାଇଁ ଭଲ ସମୟ ଆସିବ । ପରୀକ୍ଷାରେ ସଫଳତାଦି ଅଭିଳାଷା ପୂର୍ଣ୍ଣତା ଲାଭ କରିବେ । ଶିକ୍ଷାର୍ଥୀ ପଢାରେ କୃତକାର୍ଯ୍ୟ କରିବେ

ପ୍ରତିକାର:

  • ହନୁମାନଙ୍କର କୃପା ପାଇବା ପାଇଁ ହନୁମାନ ଚାଳିଶା ପ୍ରତିଦିନ ପାଠ କରନ୍ତୁ।
  • ଦେବୀ ଦୂର୍ଗାଙ୍କ ପାଇଁ ଶନିବାର ଦିନ ଯଜ୍ଞ କରନ୍ତୁ ।
  • ଶନିବାର ଦିନ ଶନି ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

Share this post with your friends

Prev Post Next Post